ETV Bharat / state

କଡ଼ା ସୁରକ୍ଷା ମଧ୍ୟରେ ଏସଭିଏମ କଲେଜ, ଆସନ୍ତାକାଲି ଭୋଟ ଗଣତି

author img

By

Published : Nov 9, 2020, 1:34 AM IST

ଆସନ୍ତା 10 ତାରିଖରେ ଜଗତସିଂହପୁର ଏସଭିଏମ କଲେଜରେ ଭୋଟ ଗଣନ୍ତି ଆରମ୍ଭ ହେବ। ସକାଳ 8 ଟାରୁ ଭୋଟ ଗଣନ୍ତି ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ଅଧିକ ପଢ଼ନ୍ତୁ...

SVM College under tight security due to Voting begins on november 10 in jagatsingpur
କଡ଼ା ସୁରକ୍ଷା ମଧ୍ୟରେ ଏସଭିଏମ କଲେଜ, 10ରୁ ଭୋଟ ଗଣତି ଆରମ୍ଭ

ଜଗତସିଂହପୁର: ଜଗତିସିଂହପୁର ଜିଲ୍ଲାରେ ସରିଛି ତିର୍ତ୍ତୋଲ ଉପନିର୍ବାଚନ।। ଆସନ୍ତା 10 ତାରିଖରେ ଜଗତସିଂହପୁର ଏସଭିଏମ କଲେଜରେ ଭୋଟ ଗଣନ୍ତି ଆରମ୍ଭ ହେବ। ସକାଳ 8.00 ଟାରୁ ଭୋଟ ଗଣନ୍ତି ଆରମ୍ଭ ହୋଇ ଅପରାହ୍ନ ୨.00ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଏସଭିଏମ କଲେଜରେ କଡ଼ା ସୁରକ୍ଷା ଜାରି କରାଯାଇଛି।

କଡ଼ା ସୁରକ୍ଷା ମଧ୍ୟରେ ଏସଭିଏମ କଲେଜ, 10ରୁ ଭୋଟ ଗଣତି ଆରମ୍ଭ

ଏସଭିଏମ କଲେଜ ପରିସରକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହାସହ ଏହାର ଚାରିପାଖରେ ସଶସ୍ତ୍ର ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। କୌଣସି ବ୍ୟକ୍ତିଙ୍କୁ କଲେଜ ପରିସରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନାହିଁ। କଲେଜର 4 ଟି କୋଠରୀ ମଧ୍ୟରେ ସମସ୍ତ ଇଭିଏମ ମେସିନ ଗୁଡ଼ିକ ରଖାଯାଇଛି। ଏହାସହ ସମସ୍ତ କୋଠରୀ ସିଲ କରାଯାଇଛି। ଭୋଟ ଗଣତି ପାଇଁ ସ୍ଵଳ୍ପ ସଂଖ୍ୟକ ଏଣ୍ଟ୍ରି ପାସ୍ ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ପାଇଁ ଆସିବାକୁ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ବତନ୍ତ୍ର ପାସ୍ ବ୍ୟବସ୍ଥା ହୋଇଛି।

ଏସଭିଏମ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତ ନଭେମ୍ବର 3 ତାରିଖରେ ତିର୍ତ୍ତୋଲରେ ଉପନିର୍ବାଚନ ହୋଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ନର୍ବାଚନ ସମାପ୍ତ ହୋଇଥିଲା।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.