ETV Bharat / state

ଚିରଞ୍ଜୀବିଙ୍କ ନିଲମ୍ବନ ଆଦେଶକୁ ବିରୋଧ: ପିସିସି ସଭାପତିଙ୍କ କୁଶ ପୁତ୍ତଳିକା ଦାହ

author img

By

Published : Jul 16, 2023, 9:13 PM IST

ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବି ବିଶ୍ୱାଳଙ୍କ ନିଲମ୍ବନ ଆଦେଶକୁ ଜଗତସିଂହପୁରରେ ତୀବ୍ର ବିରୋଧ କରାଯାଇଛି। ଏହାସହ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ପିସିସି ସଭାପତିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଅଧିକ ପଢନ୍ତୁ

ଚିରଞ୍ଜୀବିଙ୍କ ନିଲମ୍ବନ ଆଦେଶକୁ ବିରୋଧ
ଚିରଞ୍ଜୀବିଙ୍କ ନିଲମ୍ବନ ଆଦେଶକୁ ବିରୋଧ

ଚିରଞ୍ଜୀବିଙ୍କ ନିଲମ୍ବନ ଆଦେଶକୁ ବିରୋଧ

ଜଗତସିଂହପୁର: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବି ବିଶ୍ୱାଳଙ୍କୁ ଗତ ଶନିବାର AICC ପକ୍ଷରୁ ନିଲମ୍ବନ କରାଯାଇଛି । ଦଳ ବିରୋଧୀ ମନ୍ତବ୍ୟକୁ ନେଇ ନିଲମ୍ବନ କରାଯିବା ପରେ ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଶନିବାର ଜଗତସିଂହପୁର ପୌର ପରିଷଦ ସମ୍ମୁଖରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ଆଜି ନାଉଗାଁ, ରଘୁନାଥପୁର ଓ ତିର୍ତ୍ତୋଲରେ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି ସୁନୀଲ ମାଟିଆଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।" ଜଗତସିଂହପୁର ଜିଲ୍ଲାରେ କଂଗ୍ରେସକୁ ଦୁର୍ବଳ କରିଦେବାକୁ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର" ବୋଲି କଂଗ୍ରେସର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ।" ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ ସାମିଲ ଥିବା କହିବା ସହ ଶରତ ପଟ୍ଟନାୟକ ପିସିସି ସଭାପତି ପଦ ପାଇବା ପରେ ବହୁ ନେତାଙ୍କୁ ଅଣଦେଖା କରାଯାଇଛି । ଏହାକୁ ବିରୋଧ କରିବାରୁ ଚିରଞ୍ଜୀବି ବିଶ୍ୱାଳଙ୍କୁ ହଟାଇବା ପାଇଁ ପିସିସି ସଭାପତିଙ୍କର ଏହା ଏକ ଚାଲ୍" ଏହା କହିଛନ୍ତି କଂଗ୍ରେସ କର୍ମୀ।

ସେହିପରି ତିର୍ତ୍ତୋଲ ଓ ରଘୁନାଥପୁରରେ ଚିରଞ୍ଜୀବି ବିଶ୍ୱାଳଙ୍କ ନିଲମ୍ବନକୁ ବିରୋଧ କରି ପିସିସି ସଭାପତିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ନିଲମ୍ବନ ଆଦେଶ ପରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ସମେତ ସମଗ୍ର ଜିଲ୍ଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ନିଲମ୍ବନ ଆଦେଶ ଯଦି ପ୍ରତ୍ୟାହାର ନହୁଏ ତେବେ ଆଗାମୀ ଦିନରେ ଜଗତସିଂହପୁର, ତିର୍ତ୍ତୋଲ ଓ ରଘୁନାଥପୁରର ବହୁ କଂଗ୍ରେସ କର୍ମୀ ଦଳରୁ ସମୂହ ଇସ୍ତଫା ଦେବାକୁ ସିଧା ସଳଖ ଧମକ ଦେଇଛନ୍ତି । ଯାହାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ...କଂଗ୍ରେସର ନିଲମ୍ବନ ରାଜନୀତି: ନିରଞ୍ଜନଙ୍କୁ ଶରତଙ୍କ ତେରେଚ୍ଛା ବାଣ

ଏନେଇ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ସୁନୀଲ ମାଟିଆଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । କଂଗ୍ରେସର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, "ଜଗତସିଂହପୁର ଜିଲ୍ଲାରେ କଂଗ୍ରେସକୁ ଦୁର୍ବଳ କରିଦେବାକୁ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ ସାମିଲ ଅଛନ୍ତି ।" ଏହିପରି ଭାବେ ମୋକିମ ଓ ଚିରଞ୍ଜୀବିଙ୍କ ନିଲମ୍ବନ ପରେ ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.