ETV Bharat / state

କ୍ଲାସରେ ଫ୍ୟାନ ନଥିବାରୁ ତାତିଲେ ଛାତ୍ରଛାତ୍ରୀ, ତାଲା ପକାଇ ଧାରଣାରେ ବସିଲେ

author img

By

Published : Aug 2, 2022, 10:23 PM IST

ଜଗତସିଂହପୁର ଜିଲ୍ଲା ସିଦ୍ଧ ବାରଙ୍ଗ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ । କ୍ଲାସରୁମରେ ଫ୍ୟାନ ନଥିବାରୁ କଲେଜ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

students protest due to fan problem in class room in jagatsinghpur
କ୍ଲାସରେ ଫ୍ୟାନ ନଥିବାରୁ ତାତିଲେ ଛାତ୍ରଛାତ୍ରୀ, ତାଲା ପକାଇ ଧାରଣାରେ ବସିଲେ

ଜଗତସିଂହପୁର: ଜିଲ୍ଲା ଉପକଣ୍ଠ ସିଦ୍ଧ ବାରଙ୍ଗ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯୁକ୍ତ ଦୁଇ କ୍ଲାସରୁମରେ ଫ୍ୟାନ ନଥିବା ନେଇ ଅଭିଯୋଗ ବେଳେ ଅଧ୍ୟକ୍ଷ ଦୁର୍ବ୍ୟବହାର କରିବାରୁ କଲେଜ ଫାଟକରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ।

କ୍ଲାସରେ ଫ୍ୟାନ ନଥିବାରୁ ତାତିଲେ ଛାତ୍ରଛାତ୍ରୀ

ସିଧ୍ୟ ବାରଙ୍ଗ ମହାବିଦ୍ୟାଳୟର ଯୁକ୍ତ ଦୁଇ କ୍ଲାସରୁମରେ ଫ୍ୟାନ ନଥିବାରୁ ପ୍ରବଳ ଗରମରେ କେତେକ ପିଲା ଅସୁସ୍ଥ ହୋଇ ପଡ଼ିଥିଲେ । ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ଜଣାଇବା ପରେ ସେ ଛାତ୍ରଛାତ୍ରୀଙ୍କ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ କଲେଜ ସମ୍ମୁଖରେ ଧରଣା ଦେବାସହ ମୁଖ୍ୟ ଫାଟକରେ ତାଲା ପକାଇଥିଲେ । ଏହି ସମୟରେ କେତେକ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିବା ସହ ଅସୁସ୍ଥ ଛାତ୍ରୀଙ୍କୁ ଜଗତସିଂହପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । କଲେଜ ଅଧ୍ୟକ୍ଷ କ୍ଲାସ ରୁମରେ ଫ୍ୟାନ ଲଗାଇବାକୁ ପ୍ରତିଶୃତି ଦେବାପରେ ଛାତ୍ରଛାତ୍ରୀ ମାନେ ଧାରଣାରୁ ଉଠିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.