ETV Bharat / state

ତିର୍ତ୍ତୋଲ ଉପନିର୍ବାଚନ: ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

author img

By

Published : Oct 28, 2020, 9:09 PM IST

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ସମୀକ୍ଷା କରିଛନ୍ତି। ଉପନିର୍ବାଚନକୁ କିପରି ଅବାଧ ମୁକ୍ତ ଓ ନିରପେକ୍ଷ କରାଯିବ ସେ ସମ୍ପର୍କରେ ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ତିର୍ତ୍ତୋଲ ଉପନିର୍ବାଚନ: ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ତିର୍ତ୍ତୋଲ ଉପନିର୍ବାଚନ: ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଜଗତସିଂହପୁର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜଗତସିଂହପୁର ଜିଲ୍ଲା ଗ୍ରସ୍ତ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ସମୀକ୍ଷା କରିଛନ୍ତି।

ବୁଧବାର ଅପରାହ୍ଣରେ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ତିର୍ତ୍ତୋଲ ନିର୍ବାଚନ ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ କରିଥିଲେ। ଉପନିର୍ବାଚନକୁ କିପରି ଅବାଧ ମୁକ୍ତ ଓ ନିରପେକ୍ଷ କରାଯିବ ସେ ସମ୍ପର୍କରେ ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କୋଭିଡ ଆକ୍ରାନ୍ତ କର୍ମଚାରୀଙ୍କୁ ବାଦ ଦିଆଯାଇ ରିଜର୍ଭରେ ଥିବା କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହ ପ୍ରତ୍ୟକ ବୁଥରେ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯିବ। ନିର୍ବାଚନ ପୂର୍ବ ଦିନ ସମସ୍ତ ବୁଥକୁ ସାନିଟାଇଜ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ବୁଥରେ ରାମ୍ପ, ପାନୀୟ ଜଳର ବ୍ୟବସ୍ଥା, ବିଦ୍ୟୁତ ସଂଯୋଗ, ଶୌଚାଳୟ, ସୁବିଧା ଯୋଗାଇ ଦେବାକୁ କୁହାଯାଇଛି।

ବର୍ତ୍ତମାନ ସୁଦ୍ଧା 155 ଟି ବୁଥ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ଏଥି ନିମନ୍ତେ 62 ଜଣ ସିଏପିଏଫ ,37 ଜଣ ୱେବ କଷ୍ଟିଂ, 40 ଜଣ ମାଇକ୍ରୋ ଅଭଜରବର, 5 ଭିଡ଼ିଓ ଗ୍ରାଫର୍, ନିୟୋଜିତ କରାଯାଇଥିବା ବେଳେ 11ଟି ସିସିଟିଭି ଲାଗିବାର ବ୍ୟବସ୍ଥା କରାଯାଇଛି। ସେହିପରି ଏହି ଉପନିର୍ବାଚନ ପାଇଁ 1940 ପ୍ରିଜାଇଡିଂ ଅଫିସର ଓ ପୋଲିଙ୍ଗ ଅଧିକାରୀ ନିୟୋଜିତ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.