ETV Bharat / state

Tirtol MLA Marriage Controversy: ବାନ୍ଧବୀଙ୍କ ବୟାନ ରେକର୍ଡ, ୮ଘଣ୍ଟା ଜେରା ସହ ମେଡିକାଲ ଟେଷ୍ଟ

author img

By

Published : Feb 6, 2023, 10:34 PM IST

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିବାହ ବିବାଦ ନେଇ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି ପୋଲିସ । ସୋମବାର ବାନ୍ଧବୀ ସୋମାଲିକାଙ୍କୁ ୮ଘଣ୍ଟା ଜେରା କରିବା ସହ ମେଡିକାଲ ଟେଷ୍ଟ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Tirtol MLA Marriage Controversy
Tirtol MLA Marriage Controversy

Tirtol MLA Marriage Controversy: ବାନ୍ଧବୀଙ୍କ ବୟାନ ରେକର୍ଡ, ୮ଘଣ୍ଟା ଜେରା ସହ ମେଡିକାଲ ଟେଷ୍ଟ

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିବାହ ବିବାଦ । ବାନ୍ଧବୀ ସୋମାଲିକା ଦାଶଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରିଛି ଜଗତସିଂହପୁର ପୋଲିସ । IICଙ୍କ ସମେତ ଦୁଇ ମହିଳା ଅଧିକାରୀ ସୋମାଲିକାଙ୍କୁ ୮ଘଣ୍ଟା ଧରି ଜେରା କରି ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି । ଅନ୍ୟପଟେ ପୋଲିସ ଗଣମାଧ୍ୟମ ସାମ୍ନାରେ ଏ ନେଇ ମୁହଁ ଖୋଲିନାହିଁ । ଆଗାମୀ ଦିନରେ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି SDPO ପ୍ରକାଶ କରିଛନ୍ତି ।

ଆଜି ସକାଳ ୧୦ଟା ସମୟରେ ବିଧାୟକଙ୍କ ବାନ୍ଧବୀ ସୋମାଲିକା ଜଗତସିଂହପୁର ଥାନାରେ ପହଞ୍ଚିଥିଲେ। ସାଥୀରେ ଥିଲେ ସହଯୋଗୀ ସ୍ନିଗ୍ଧା ବିଶ୍ବାଳ । ଜଗତସିଂହପୁର ପୋଲିସ ପକ୍ଷରୁ ବୟାନ ରେକର୍ଡ ପାଇଁ ସ୍ବତନ୍ତ୍ର କୋଠରୀରେ ବ୍ୟବସ୍ଥା କରାଯାଇଥିଲା । ଏସଡିପିଓ, ଆଇଆଇସିଙ୍କ ସମେତ ୨ ମହିଳା ଅଧିକାରୀ ସୋମାଲିକାଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏକ ରୁଦ୍ଧ ଦ୍ବାର କୋଠରୀ ଭିତରେ ସୋମାଲିକାଙ୍କୁ ରଖା ଯାଇ ବୟାନ ରେକର୍ଡ କରିଥିଲା ପୋଲିସ। ସନ୍ଧ୍ୟା ହେବାରୁ ଜଗତସିଂହପୁର ପୋଲିସ ସୋମାଲିକାଙ୍କୁ ନେଇ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା । ସେଠାରେ ତାଙ୍କର ଡାକ୍ତରୀ ମାଇନା କରାଯାଇଥିଲା ।

ଏହା ବି ପଢନ୍ତୁ- Tirtol MLA Marriage Controversy: ବିଧାୟକ ବିଜୟ ଶଙ୍କରଙ୍କ ବିରୁଦ୍ଧରେ ମାମଲା ରୁଜୁ

ଏନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିନି ଜଗତସିଂହପୁର ପୋଲିସ । ତଦନ୍ତ ଚାଲିଛି, ଆଗାମୀ ଦିନରେ ଗଣମାଧ୍ୟମକୁ ଜଣାଇ ଦିଆଯିବ ବୋଲି ଏସଡିପିଓ ପ୍ରକାଶ କରିଛନ୍ତି । ଅପରପକ୍ଷରେ ସାରା ଦିନ ପୋଲିସ ପୀଡିତାଙ୍କୁ ବସାଇ କି ପ୍ରକାର ବୟାନ ରେକର୍ଡ କରୁଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ୩ଦିନ ପୋଲିସ ମାମଲା ରୁଜୁ କରିସାରିଥିବା ବେଳେ ବିଧାୟକଙ୍କ ନିକଟରେ ପୋଲିସ କଣ ପାଇଁ ପହଞ୍ଚି ପାରିନାହିଁ ତାକୁ ନେଇ ସୋମାଲିକାଙ୍କ ସହଯୋଗୀ ସ୍ନିଗ୍ଧା ବିଶ୍ବାଳ ପ୍ରଶ୍ନ କରିଛନ୍ତି। ମେଡିକାଲରୁ ଡାକ୍ତରୀ ମାଇନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଲିକା କହିଛନ୍ତି, "ଆଇନ ଉପରେ ମୋର ବିଶ୍ବାସ ରହିଛି। ନ୍ୟାୟ ପାଇବା ପାଇଁ ଯେତେ ବି ବାଧା ଆସୁ ତାର ସାମ୍ନା କରିବାକୁ ପ୍ରସ୍ତୁତ ଅଛି।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.