ETV Bharat / state

କଟକ-ପାରାଦ୍ୱୀପ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ

author img

By ETV Bharat Odisha Team

Published : Nov 17, 2023, 10:25 AM IST

Updated : Nov 17, 2023, 2:25 PM IST

କଟକ-ପାରାଦ୍ୱୀପ ରାସ୍ତାରେ ବାଇକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

କଟକ-ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା
କଟକ-ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା
କଟକ-ପାରାଦ୍ୱୀପ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା

ଜଗତସିଂହପୁର: କଟକ-ପାରାଦ୍ୱୀପ ରାସ୍ତାରେ ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ବୋଲେରୋ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ଉଭୟ ମୃତକ ବାଇକ ଆରୋହୀ । ଜଣକ ନାମ ବିଶ୍ବଜିତ ନାୟକ ହୋଇଥିବା ବେଳେ ଅନ୍ୟ ଜଣେ ତାଙ୍କର ସାଙ୍ଗ ହୋଇଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣାରେ ବୋଲେରୋ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ କୁଜଙ୍ଗ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ କେନ୍ଦୁଝର ଜିଲ୍ଲାର ବିଶ୍ୱଜିତ ନାୟକ ଓ ତାଙ୍କର ଜଣେ ସାଙ୍ଗ ଗୋଟିଏ ବାଇକ ଯୋଗେ ପାରାଦ୍ୱୀପ ଆଡ଼କୁ ଯାଉଥିଲେ । କୁଜଙ୍ଗ ଅଞ୍ଚଳର ସନ୍ତରା ଠାରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବିଶ୍ୱଜିତ ଓ ତାଙ୍କ ସାଙ୍ଗର ମୃତ୍ୟୁ ହୋଇଯାଇଥିଲା । ସେପଟେ ବୋଲେରୋ ଭାରସାମ୍ୟ ହରାଇ ତାଳଦଣ୍ଡା କେନାଲ ମଧ୍ୟକୁ ଖସି ପଡ଼ିଥିଲା । ଏନେଇ ପ୍ରଚଣ୍ଡ ଶବ୍ଦ ହେବାରୁ ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଅନୁଗୋଳରେ ଭୟଙ୍କର ଦୁର୍ଘଟଣା; ଟ୍ରକ ମାଡିଯିବାରୁ ୩ ମୃତ, ଜଣେ ଗୁରୁତର

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ ଆରୋହୀଙ୍କ ଗଣ୍ଡିରୁ ମୁଣ୍ଡ ଓ ହାତ ଛିଣ୍ଡି ଯାଇ ୧୦ ମିଟର ଦୂରରେ ପଡିଥିଲା । ଅନ୍ୟପକ୍ଷରେ ବୋଲେରୋ ଭାରସାମ୍ୟ ହରାଇ ତାଳଦଣ୍ଡା କେନାଲ ମଧ୍ଯକୁ ଖସିପଡିବା ଫଳରେ ଚାଳକ ଆଉ ଗାଡି ମଧ୍ୟରୁ ବାହାରି ପାରିନଥିଲେ । ପାଣିରେ ବୁଡି ସେ ଗୁରୁତର ହୋଇ ପଡିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଦୁଇ ବାଇକ ଅରୋହୀଙ୍କ ମୃତଦେହ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଗୁରୁତର ବୋଲେରୋ ଚାଳକଙ୍କୁ ଚିକିତ୍ସା ପାଇଁ ପ୍ରଥମେ କୁଜଙ୍ଗ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କଟକ-ପାରାଦ୍ୱୀପ ରାସ୍ତାରେ ଅନେକ ସମୟରେ ସଡକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି । ଏପରି ବାରମ୍ବାର ଦୁର୍ଘଟଣା ଘଟିବା ଲୋକଙ୍କ ଚିନ୍ତା ବଢାଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Nov 17, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.