ETV Bharat / state

ରାମଚନ୍ଦ୍ର ହତ୍ୟାକାଣ୍ଡ ଫର୍ଦ୍ଦାଫାସ୍‌, ମୁଣ୍ଡଗଣ୍ଡି ଅଲଗା କରି ଫିଙ୍ଗିଥିଲେ ସାଙ୍ଗ

author img

By

Published : Oct 22, 2021, 10:28 PM IST

ସଦର ଥାନା ଅନ୍ତର୍ଗତ ବଡ଼ବାଗ ଅଞ୍ଚଳରେ ଘଟିଥିବା ରାମଚନ୍ଦ୍ର ସାହୁ ହତ୍ୟାକାଣ୍ଡରେ ତିନି ଅଭିଯୁକ୍ତ ଗିରଫ । ପର୍ଶୁରାମ ବେହେରା, କେଶବ ବେହେରା ଓ ତାଙ୍କ ପତ୍ନୀ ରୀନା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଗତସିଂହପୁର ପୋଲିସ୍‌ । ଅଧିକ ପଢନ୍ତୁ...

Ramchandra sahu murder case: jagatsinghpur police arrest all three accused
ଜଗତସିଂହପୁର ରାମଚନ୍ଦ୍ର ହତ୍ୟାକାଣ୍ଡର ଫର୍ଦ୍ଦାଫାସ୍‌, ମୁଣ୍ଡରୁ ଗଣ୍ଡି ଅଲଗା କରି ପିଙ୍ଗିଥିଲେ

ଜଗତସିଂହପୁର: ସଦର ଥାନା ଅନ୍ତର୍ଗତ ବଡ଼ବାଗ ଅଞ୍ଚଳରେ ଘଟିଥିବା ରାମଚନ୍ଦ୍ର ସାହୁ ହତ୍ୟାକାଣ୍ଡରେ ତିନି ଅଭିଯୁକ୍ତ ଗିରଫ । ପର୍ଶୁରାମ ଓରଫ ପ୍ରଶାନ୍ତ ବେହେରା, କେଶବ ବେହେରା ଓ ତାଙ୍କ ପତ୍ନୀ ରୀନା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଗତସିଂହପୁର ପୋଲିସ୍‌ ।

ଏହି ହତ୍ୟାକାଣ୍ଡ ନେଇ ଖିଅ ଖୋଜୁଛି ଜଗତସିଂହପୁର ପୋଲିସ । ହତ୍ୟାକାରୀ ସେହି ଗ୍ରାମର କେଶବ ପର୍ଶୁରାମଙ୍କ ସହ ମୃତ ରାମଚନ୍ଦ୍ରର ଘନିଷ୍ଠ ବନ୍ଧୁତା ଥିଲା। ସେମାନେ ନିଶା ବିକ୍ରି କରିବା ସହ ଭୁଟାନ ଲଟେରୀ ମଧ୍ୟ ଖେଳୁଥିଲେ। ତେବେ ନିଶା କାରବାରକୁ ନେଇ ପୂର୍ବରୁ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ମିଳାମିଶା ହେବା ସହ ନିଶା କାରବାର କରୁଥିଲେ।

କେଶବ ଓ ପ୍ରଶାନ୍ତ ଭୋଜି କରିବା ପାଇଁ ରାମଚନ୍ଦ୍ରକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ପ୍ରଚୁର ନିଶା ଖୁଆଇବା ସହ ଏକ ହଂସୁଆ କଟୁରିରେ ହାଣୀ ହତ୍ୟା କରିଥିଲେ। ରାମଚନ୍ଦ୍ରଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ମାନେ ଏକ କାଠଗଣ୍ଡି ଉପରେ ମୃତଦେହକୁ ରଖି ଗଣ୍ଡିରୁ ମୁଣ୍ଡ ଅଲଗା କରିବା ସହ ହାତ ଗୋଡ଼ ଓ ବିଭିନ୍ନ ଅଙ୍ଗକୁ କାଟି ଅଲଗା କରିଦେଇଥିଲେ।

ଖାଲି ଗଣ୍ଡିକୁ ବସ୍ତାରେ ଭର୍ତ୍ତିକରି ତେଲିଗଡ଼ା ନିକଟ ମାଛଗାଁ କେନାଲରେ ଫିଙ୍ଗି ଦେଇଥିଲେ । ଅନ୍ୟ ଅଙ୍ଗ ଗୁଡ଼ିକ ଅଲଗା ଅଲଗା ଫିଙ୍ଗି ଦେଇଥିବା ଅଭିଯୁକ୍ତ ମାନେ ସ୍ବୀକାର କରିଛନ୍ତି । ପୋଲିସ ଅନ୍ୟ ଅଙ୍ଗ ଗୁଡିକ ନେଇ ତଲାସୀ କରୁଥିବା ବେଳେ ଘଟଣାସ୍ଥଳରୁ 3 କିଲୋମିଟର ଦୂର କାଳିଆ ବୋରା ନିକଟରୁ ଦୁଇଟି ହାତ ଉଦ୍ଧାର କରିଛି।

ହତ୍ୟା ପରେ ଅଭିଯୁକ୍ତ କେଶବର ସ୍ତ୍ରୀ ରକ୍ତ ଗୁଡିକ ପୋଛିବା ସହ ନିଜ ଘରକୁ ଫିନାଇଲ ପକାଇ ଧୋଇଥିବା ପୋଲିସ ପାଖରେ ସ୍ବୀକାର କରିଛି। ଅନ୍ୟ ଅଙ୍ଗକୁ ଠାବ କରିବା ପାଇଁ ପୋଲିସ ଓଡ୍ରାଫର ସହାୟତା ନେଇଛି। ଓଡ୍ରାଫ ଟିମ ମାଛଗାଁ କେନାଲରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା କିଛି ମିଳି ନଥିବା ଜଣାପଡ଼ିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.