ETV Bharat / state

ଘରକୁ ପୂଜା କରିବାକୁ ଆସି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଶାରଳା ମନ୍ଦିର ପୂଜକ ଗିରଫ

author img

By

Published : May 26, 2023, 9:21 PM IST

ଘରକୁ ପୂଜା କରିବା ବାହାନାରେ ଆସି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ନେଇ ଅଭିଯୋଗ । ଦୁଷ୍କର୍ମ ମାମଲାରେ ଶାରଳା ମନ୍ଦିର ପୂଜକଙ୍କୁ ଗିରଫ କଲା ଜଗତସିଂହପୁର ପୋଲିସ । ଅଧିକ ପଢ଼ନ୍ତୁ

priest arrested for attempt to rape
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୂଜକ ଗିରଫ

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୂଜକ ଗିରଫ

ଜଗତସିଂହପୁର: ଶାରଳା ମନ୍ଦିର ପୂଜକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା । ଘରକୁ ପୂଜା କରିଯିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଗତସିଂହପୁର ପୋଲିସ ସମ୍ପୃକ୍ତ ପୂଜକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁଯାୟୀ, ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜୈନିକ ମହିଳା ତାଙ୍କ ପୁଅର ରୋଗ ଭଲ ହେବା ପାଇଁ ମାନସିକ ପୂଜା କରିବାକୁ ମାଁ ଶାରଳା ମନ୍ଦିରକୁ ଯାଇଥିଲେ । ସେଠାରେ ପୂଜକ ସମରେନ୍ଦ୍ର ପୁଅର ରୋଗ ଉପଶମ ଏବଂ ବାସ୍ତୁ ଦୋଷ ହଟାଇବା ଲାଗି ପୂଜା କରିବାକୁ ଉକ୍ତ ମହିଳାଙ୍କୁ କହିଥିଲେ । ସେ ସମୟରେ ମହିଳାଙ୍କୁ ସେ ଖରାପ ଇଙ୍ଗିତ କରିଥିଲେ ଏବଂ ନିଜଘରେ ଶାରଳାଙ୍କ ପୂଜା କଲେ ପୁଅ ରୋଗମୁକ୍ତ ହେବା ସହିତ ଦୁଃଖ କଷ୍ଟ ଦୂର ହେବ ବୋଲି କହିଥିଲେ । ଗତ ଗୁରୁବାର ଦିନ ଜୈନିକ ମହିଳା ନିଜଘରେ ପୂଜାର ଆୟୋଜନ କରି ଶାରଳା ମନ୍ଦିର ପୂଜକ ସମରେନ୍ଦ୍ରକୁ ଡାକିଥିଲେ ।

ପୀଡ଼ିତା ଜଣକ କହିଛନ୍ତି, "ସମରେନ୍ଦ୍ର ରାତି 7ଟା ସମୟରେ ପୂଜା ସାମଗ୍ରୀ ନେଇ ଘରେ ପହଞ୍ଚିଥିଲେ । ପୂଜା ସମୟରେ ମହିଳାଙ୍କ ସ୍ୱାମୀ, ଶାଶୁ, ଓ ଶ୍ବଶୁର ପାଖରେ ବସିଥିଲେ । ହେଲେ ପୂଜା ନିରୋଳାରେ କଲେ ଠାକୁର ଶୀଘ୍ର ବର ଦେବେ ବୋଲି କହି ସେମାନଙ୍କୁ ବିଦା କରିଦେବା ପରେ ମୋତେ ପୂଜା ପାଖରେ ବସିବାକୁ କହିଥିଲେ । ଏହାପରେ ପରିବାର ଲୋକେ ଘର ବାହାରେ ରହିଥିଲେ । ସମରେନ୍ଦ୍ରଙ୍କ ବ୍ୟାଗରୁ ପୂଜା ସାମଗ୍ରୀ କାଢିବା ବେଳେ କିଛି ଆପତ୍ତିଜନକ ଜିନିଷ ବାହାରିଥିଲା । ଏହାପରେ ସେ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହାପରେ ସେଠାରୁ ଖସି ବାହାରକୁ ପଳାଇ ଆସିଥିଲି ।"

ତେବେ କିଛି ସମୟ ପରେ ମହିଳା ଜଣଙ୍କ ଚିତ୍କାର କରି ଘରୁ ବାହାରି ଆସିବା ପରେ ପରିବାର ଓ ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ ଯେ, ପୂଜା ସାମଗ୍ରୀ ବଦଳରେ ପୂଜକ କିଛି ଆପତ୍ତି ଜନକ ଦ୍ରବ୍ୟ ସହିତ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ପରେ ମହିଳାଙ୍କ ସ୍ୱାମୀ ଓ ପରିବାର ଉକ୍ତ ପୂଜକକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ଏହାପରେ ପୋଲିସ ପୂଜକକୁ ଗିରଫ କରିଥିବା ଜଣାପଡ଼ିଛି । ଅପର ପକ୍ଷରେ ସମ୍ପୃକ୍ତ ପୂଜକଙ୍କ ପତ୍ନୀ ଏହାକୁ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି । ତାଙ୍କ ସ୍ୱାମୀଙ୍କୁ ମିଛରେ ଫସାଇ 5ଲକ୍ଷ ଟଙ୍କା ମାଗୁଥିବା ଜଗତସିଂହପୁର ଥାନାରେ ସେ ପାଲଟା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.