ETV Bharat / state

ପ୍ରୋସେସନରେ ଯାଉଥିଲେ ବର, ବାଟରୁ ଉଠାଇ ନେଲା ପୋଲିସ

author img

By

Published : Dec 14, 2021, 12:12 PM IST

Updated : Dec 14, 2021, 1:32 PM IST

ବ୍ୟାଣ୍ଡ-ବାଜା-ବାରାତ୍ ସହ ବିବାହ ପାଇଁ ଯାଉଥିଲେ ବର । ଅଧାବାଟରୁ ବରକୁ ଉଠାଇ ନେଲା ପୋଲିସ । ଜାଣନ୍ତୁ କାହିଁକି

ପ୍ରୋସେସନରେ ଯାଉଥିଲେ ବର, ବାଟରୁ ଉଠାଇ ନେଲା ପୋଲିସ
ପ୍ରୋସେସନରେ ଯାଉଥିଲେ ବର, ବାଟରୁ ଉଠାଇ ନେଲା ପୋଲିସ

ଜଗତସିଂହପୁର: ବ୍ୟାଣ୍ଡ-ବାଜା-ବାରାତ୍ ସହ ବିବାହ ପାଇଁ ଯାଉଥିଲେ ବର । ଖୁବ୍ ଜୋରରେ ଡିଜେ ସାଉଣ୍ଡ ବାଜିବା ସହ ନାଚୁଥିଲେ ବରଯାତ୍ରୀ । ହେଲେ ମଣ୍ଡପରେ ପହଞ୍ଚିବା ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ । ବିବାହ ଶୋଭାଯାତ୍ରାରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବରକୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି । ଏଥିସହ ପ୍ରୋସେସନରେ ବ୍ୟବହୃତ ଡିଜେ ଓ ସାଉଣ୍ଡ ଗାଡିକୁ ମଧ୍ୟ ଜବତ କରାଯାଇଛି । ପ୍ରୋସେସନକୁ ନେଇ ବର ଏଭଳି ଭାବେ ହଟହଟା ହେବା ଘଟଣା ସାମ୍ନାକୁ ଆସିଛି ଜଗତସିଂହପୁରରୁ ।

ପ୍ରୋସେସନରେ ଯାଉଥିଲେ ବର, ବାଟରୁ ଉଠାଇ ନେଲା ପୋଲିସ

ସୂଚନାଯୋଗ୍ୟ, ଗତକାଲି(ସୋମବାର) ସନ୍ଧ୍ୟାରେ ସ୍ଥାନୀୟ କୋର୍ଟଛକ ନିକଟରୁ ଜଣେ ବର ଶୋଭାଯାତ୍ରାରେ ବାହାରି ବିବାହ ମଣ୍ଡପକୁ ଆସୁଥିଲେ । ବରପକ୍ଷ ସହରର ମୁଖ୍ୟରାସ୍ତା ଅବରୋଧ କରି ପ୍ରୋସେସନ କରିବା ସହ ବହୁ ଜୋରରେ ଡିଜେ ସାଉଣ୍ଡ ବଜାଇ ଥିଲେ । ଫଳରେ 55 ନମ୍ବର ଜାତୀୟ ରାଜପଥ ଦୀର୍ଘ ଏକ ଘଣ୍ଟା କାଳ ବନ୍ଦ ହୋଇଯାଇଥିଲା । ଖବର ପାଇ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବରଘର ଲୋକଙ୍କୁ ସାଉଣ୍ଡ ଅନୁମତି ପତ୍ର ମାଗିଥିଲେ । ହେଲେ ବରପକ୍ଷ ଅନୁମତି ନେଇନଥିବା ଜଣାପଡିଥିଲା । ଏହାସତ୍ତ୍ବେ ଶତାଧିକ ଲୋକେ ବାଜା ବଜାଇ ରାସ୍ତା ଅବରୋଧ କରିବା ଅଭିଯୋଗରେ ପୋଲିସ ବାଜା ଓ ଗାଡିକୁ ଜବତ କରିବା ସହ ବର ଏବଂ ସାଉଣ୍ଡ ମାଲିକକୁ ଥାନକୁ ଆଣିଥିଲା ।

ବର ଜଣକ ବ୍ୟକ୍ତିଗତ ମୁଚାଲିକାରେ ଆସି ବିବାହ ପାଇଁ ଯାଇଥିବା ବେଳେ ଡିଜେ ସାଉଣ୍ଡ ମାଲିକ ଥାନାରେ ଅଟକ ଅଛନ୍ତି । ଏପରିକି କୋଭିଡ ଗାଇଡ଼ଲାଇନ ଉଲ୍ଲଙ୍ଘନ ନେଇ ମଣ୍ଡପ ମାଲିକଙ୍କୁ ମଧ୍ୟ ନୋଟିସ ଜାରି କରିଛି ପୋଲିସ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Dec 14, 2021, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.