ETV Bharat / state

ସତ ମୃତ୍ୟୁ ମିଛ ନାଟକ: ଅପହରଣ ବୟାନ ଦେଇଥିବା ମା’ପୁଅ କରିଥିଲେ ହତ୍ୟା !

author img

By

Published : Nov 13, 2021, 9:04 PM IST

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଶିବପୁର ଗ୍ରାମରେ ଗତ ସୋମବାର ଦିନ ହୋଇଥିବା ନାବାଳକ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ବିରିଡି ଥାନା ପୋଲିସ । ଅଧିକ ପଢନ୍ତୁ...

ନାବାଳକ ହତ୍ୟାର ପର୍ଦ୍ଦାଫାଶ: ମା’ପୁଅ ଦୋଷ ଲୁଚାଇବାକୁ ଜଳାଶୟକୁ ଫିଙ୍ଗି ଦେଇଥିଲେ
ନାବାଳକ ହତ୍ୟାର ପର୍ଦ୍ଦାଫାଶ: ମା’ପୁଅ ଦୋଷ ଲୁଚାଇବାକୁ ଜଳାଶୟକୁ ଫିଙ୍ଗି ଦେଇଥିଲେ

ଜଗତସିଂହପୁର: ଜିଲ୍ଲାର ବିରିଡି ବ୍ଲକ ଅନ୍ତର୍ଗତ ଶିବପୁର ଗ୍ରାମରେ ଗତ ସୋମବାର ଦିନ ହୋଇଥିବା ନାବାଳକ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ବିରିଡି ଥାନା ପୋଲିସ । ପୋଲିସ କହିବା ଅନୁଯାୟୀ ସେହି ଗ୍ରାମର ଜନୈକ ମହିଳା ଓ ତାଙ୍କ ପୁଅ ବାଉଁଶ ବୁଦାରୁ ବାଉଁଶ ହାଣୀ ବାହାର କରିବା ସମୟରେ ସେଠାରେ ଖେଳିବା ପାଇଁ ସେହି ନାବାଳକଟି ଚାଲି ଆସିଥିଲା । ହଠାତ ବାଉଁଶ ବାହାର କରିବା ସମୟରେ ଅସାବଧାନତା ବଶତଃ ନାବାଳକ ଛାତିରେ ମାଡ଼ ହୋଇଯାଇଥିଲା । ଫଳରେ ସେଠାରେ ନାବାଳକ ଜଣଙ୍କ ଅଚେତ ହୋଇ ପଡ଼ିଥିଲା।

ନାବାଳକ ହତ୍ୟାର ପର୍ଦ୍ଦାଫାଶ: ମା’ପୁଅ ଦୋଷ ଲୁଚାଇବାକୁ ଜଳାଶୟକୁ ଫିଙ୍ଗି ଦେଇଥିଲେ

ଏହାଦେଖି ବାଉଁଶ କାଢୁଥିବା ମହିଳା ଓ ତାଙ୍କ ପୁଅ ଚତୁରତାର ସହ ନାବାଳକକୁ ନେଇ ଏକ ଜଳାଶୟରେ ଫିଙ୍ଗି ଦେଇଥିଲେ । କାଳେ କିଏ ସନ୍ଦେହ କରିବ ଏହାକୁ ନେଇ ନାବାଳକର ପରିବାର ସହ ସେହି ମା’ ପୁଅ ପିଲାକୁ ଖୋଜିବାରେ ଅଭିନୟ କରିଥିଲେ ଓ ତଦନ୍ତକୁ ବାଟବଣା କରିବା ପାଇଁ ପିଲାଟି ଏକ ଫେରିବାଲା ସହ ଯାଇଥିବା ଅଭିଯୁକ୍ତ ମହିଳା ଜଣଙ୍କ ଦେଖିଛି ବୋଲି ପୋଲିସକୁ କହିଥିଲା ।

ଏହାକୁ ନେଇ ପୋଲିସର ସନ୍ଦେହ ହେବାରୁ ସମ୍ପୃକ୍ତ ମହିଳା ଓ ତାଙ୍କ ପୁଅଙ୍କୁ ପୋଲିସ ଡାକି ପଚରା ଉଚାର କରିବା ପରେ ସତ ପଦାକୁ ଆସିଛି । ଏହି ଘଟଣାରେ ଉଭୟ ମହିଳା ଓ ତାଙ୍କ ପୁଅକୁ ଆଜି (ଶନିବାର) ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.