ETV Bharat / state

ପାରାଦ୍ୱୀପରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ, ମନ ମୋହୁଛି 400ରୁ ଅଧିକ ଷ୍ଟଲ

author img

By

Published : Nov 8, 2022, 11:33 AM IST

ପାରାଦ୍ବୀପ କଳିଙ୍ଗ ବାଲିଯାତ୍ରା । ଶିଳ୍ପ ନଗରୀ ପାରାଦ୍ବୀପର ବିଜୁ ମଇଦାନରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ ହୋଇଛି । ସାଧବ ପୁଅର ସ୍ମୁତିକୁ ମନେ ପକାଇବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏହି ପ୍ରୟାସ ଆଗାମୀ ପିଢ଼ିକୁ ବାର୍ତ୍ତା ପ୍ରଦାନ କରିଛି । ଅଧିକ ପଢନ୍ତୁ

ପାରାଦ୍ୱୀପରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ
ପାରାଦ୍ୱୀପରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ

ଜଗତସିଂହପୁର: ଦୁଃସ୍ବପ୍ନର ଦୁଇବର୍ଷ ପରେ ଆରମ୍ଭ ହୋଇଛି ପାରାଦ୍ବୀପ କଳିଙ୍ଗ ବାଲିଯାତ୍ରା । ଶିଳ୍ପ ନଗରୀ ପାରାଦ୍ବୀପର ବିଜୁ ମୈଦାନ ଠାରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ ହୋଇଛି । ସାଧବ ପୁଅର ସ୍ମୁତିକୁ ମନେ ପକାଇବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏହି ପ୍ରୟାସ ଆଗାମୀ ପିଢ଼ିକୁ ବାର୍ତ୍ତା ପ୍ରଦାନ କରିଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯାତ୍ରାର ଉଦଘାଟନ କରିଛନ୍ତି । ଆଜିଠୁ 7 ଦିନ ଚାଲିବ ଏହି କଳିଙ୍ଗ ବାଲିଯାତ୍ରା ।

ପାରାଦ୍ୱୀପରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ

ଓଡ଼ିଶାର ନୌବାଣିଜ୍ୟ ପ୍ରସିଦ୍ଧି ଲାଭ କରିଥିଲା । ସାଧବ ପୁଅର ନୌବାଣିଜ୍ୟ ସ୍ମୃତିକୁ ମନେ ପକାଇବା ପାଇଁ ପାରାଦ୍ବୀପରେ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆୟୋଜିତ ହୋଇ ଆସୁଛି । ଓଡ଼ିଆ ପୁଅ ସାତଦରିଆ ପାରିହୋଇ ଜାଭା ସୁମାତ୍ରା ଇଣ୍ଡୋନେସିଆ ଆଦି ଦେଶକୁ ଯାଇ ବାଣିଜ୍ୟ କରି କଳିଙ୍ଗକୁ ସମୃଦ୍ଧ କରୁଥିଲେ । ଯାହାର ସ୍ମୁତିକୁ ରୋମନ୍ଥନ କରିବା ଏହି ଯାତ୍ରାର ପ୍ରୟାସ । ଏହି ଯାତ୍ରା ଧୀରେ ଧୀରେ ଗଣ ପର୍ବ ଭାବରେ ପରିଗଣିତ ହେଲା । ଆଜି ଏହା ଓଡିଆ ସଂସ୍କୃତାର ବାର୍ତ୍ତାବହ ପାଲଟିଛି ।

ଏହି ଉଦଘାଟନୀ ଉତ୍ସବରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ଦେଇଥିଲେ । କଳିଙ୍ଗ ବାଲିଯାତ୍ରା ପାରାଦ୍ବପର ଏହା ଗଣପର୍ବ, ଏହା ଆମ ଐତିହର ପ୍ରତୀକ ବୋଲି ଜିଲ୍ଲାପାଳ ପାରୁଲ ପଟୱାରୀ ମତବ୍ୟକ୍ତ କରିଥିଲେ। 7 ଦିନ ଚାଲିବାକୁ ଥିବା ଏହି ଯାତ୍ରାରେ 400ରୁ ଅଧିକ ଷ୍ଟଲ ରହିଛି । ଘରକରଣା ଜିନିଷ ସହ ସୁସ୍ବାଦୁ ଭୋଜନର ଷ୍ଟଲ ମଧ୍ୟ ଖୋଲିଛି । ପଲ୍ଲିଶ୍ରୀ ମେଳା ସାଙ୍ଗକୁ ରାମଦୋଳି ବାଲିଯାତ୍ରାର ଆକର୍ଷଣ ହୋଇଛି । ପ୍ରଥମ ଦିନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ... ଆଜି କଟକ ପ୍ରସିଦ୍ଧ ବାଲିଯାତ୍ରା, ନିୟୋଜିତ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

ପୂର୍ବବର୍ଷ ଠାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଅଧିକ ସରସ ସୁନ୍ଦର କରାଯାଇଥିବା ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ, ଇଫ୍କୋ ନିର୍ଦ୍ଦେଶର କେ ଜେ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାରାଦ୍ବୀପରେ କଳିଙ୍ଗ ବାଲିଯାତ୍ରାର ପରିକଳ୍ପନା କରିଥିଲେ । ସେହିଦିନଠାରୁ ଆଜି ଯାଏଁ ପାରାଦ୍ବୀପ ସମୁଦ୍ର ବେଳାଭୂମି ବିଜୁ ମୈଦାନରେ କଳିଙ୍ଗ ବାଲିଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇ ଆସୁଛି । ୨୦୧୯ରେ କୋଭିଡ କଟକଣା କାରଣରୁ ବାଲିଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥବାରୁ ଚଳିତ ବର୍ଷ ପୁଣିଥରେ ଏହି ଯାତ୍ରା ଆୟୋଜନ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.