ETV Bharat / state

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ଜଳିଗଲା 8 ବଖରା

author img

By

Published : Mar 25, 2021, 9:04 PM IST

ଜଗତସିଂହପୁର ଗୋଡା ପଞ୍ଚାୟତ ମାଛପଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 8 ବଖରା ଘର ଜଳିପୋଡି ପାଉଁଶ । ଅଧିକ ପଢନ୍ତୁ...

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ଜଳିଗଲା 8 ବଖରା
ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ଜଳିଗଲା 8 ବଖରା

ଜଗତସିଂହପୁର: ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଗୋଡା ପଞ୍ଚାୟତ ମାଛପଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 8 ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ଧାନ ଚାଉଳ ପୋଡି ଭସ୍ମୀଭୂତ । ତେବେ ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ଜଣାପଡିଛି ।

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ଜଳିଗଲା 8 ବଖରା

ସୂଚନା ଅନୁଯାୟୀ, ଗୁରୁବାର ସୁରେନ୍ଦ୍ର ଦାସଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ଆଖି ପିଛୁଳାକେ ନିଆଁ ସମଗ୍ର ଗାଁକୁ ବ୍ୟାପି ଯାଇଥିଲା । ଫଳରେ ଆଠ ବଖରା ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି । ଏହି ଦୃଶ୍ୟ ଦେଖିବା ପରେ ଗ୍ରାମବାସୀ ନିଆଁ ଲିଭେଇବା ପାଇଁ ଉଦ୍ୟମ କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ସେଠାରେ ପହଞ୍ଚିଲା ବେଳକୁ ଘରଗୁଡିକ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଏରସମା ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରି ଅଗ୍ନି ବିପନ୍ନ ପାଇଁ ପଲିଥିନ ଓ ରିଲିଫ ବ୍ୟବସ୍ଥା କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.