ETV Bharat / state

କୋଭିଡ କଟକଣାରେ ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ

author img

By

Published : Oct 19, 2021, 10:40 PM IST

ଜଗତସିଂହପୁରରେ ପୂଜା ପାଇଲେ ଐଶ୍ବର୍ଯ୍ୟର ଦେବୀ ମା' ଗଜଲକ୍ଷ୍ମୀ । ହେଲେ ପାର୍ବଣକୁ ଫିକା ପକାଇଛି କୋରୋନା ମହାମାରୀ । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ
କୋଭିଡ କଟକଣାରେ ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି (ମଙ୍ଗଳବାର) ମା' ଗଜଲକ୍ଷ୍ମୀଙ୍କୁ ଆରାଧନା କରାଯାଇଛି । ତେବେ ପ୍ରତ୍ୟେକ ବର୍ଷ ମା' ଗଜଲକ୍ଷ୍ମୀଙ୍କୁ କୁମାର ପୂର୍ଣ୍ଣିମା ଦିନ ଆବାହନ କରାଯାଉଥିବା ବେଳେ ଚଳିତ ବର୍ଷ କୁମାର ପୂର୍ଣ୍ଣିମା ପୂର୍ଵ ଦିନ ପୂଜା ପଡ଼ିଥିବାରୁ ମା'ଙ୍କୁ ଆବାହନ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଏନେଇ ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା କରାଯାଉଥିବା ବେଳେ ସହର ଉପକଣ୍ଠ ନବା ପାଟଣା ଗ୍ରାମରେ ପ୍ରାଚୀନ କାଳରୁ ମା' ପୂଜା ପାଇ ଆସୁଛନ୍ତି ।

କୋଭିଡ କଟକଣାରେ ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ

ସେପଟେ କୋଭିଡ କଟକଣା ଦୃଷ୍ଟିରୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଗଜଲକ୍ଷ୍ମୀ ପୂଜା କମିଟି ନିଷ୍ପତ୍ତି ନେଇଛି । ଚାରିଫୁଟ ଉଚ୍ଚତା ବିଶିଷ୍ଟ ମୁଣ୍ମୟୀ ମୃତ୍ତି ନିର୍ମାଣ କରାଯାଇ ପୂଜା କରାଯାଉଛି । ତେବେ ଚଳିତ ବର୍ଷ ସହରରେ 10ଟି ସ୍ଥାନରେ ମା' ଗଜଲଷ୍ମୀ ପୂଜା ପାଉଥିବା ବେଳେ ସହର ଉପକଣ୍ଠ ନବାପାଟଣା ଅଞ୍ଚଳରେ 20ଟି ପୂଜା ମଣ୍ଡପରେ ଧନଦାତ୍ରୀଙ୍କୁ ପୂଜା କରାଯାଉଥିବା ଜଣାପଡିଛି ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.