ETV Bharat / state

69.9% ଭୋଟିଂ ରେ ଶେଷ ହେଲା ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ

author img

By

Published : Nov 3, 2020, 7:06 AM IST

Updated : Nov 3, 2020, 7:07 PM IST

ତିର୍ତ୍ତୋଲ ଉପନିର୍ବାଚନ
ତିର୍ତ୍ତୋଲ ଉପନିର୍ବାଚନ

18:58 November 03

69.9% ଭୋଟିଂ ରେ ଶେଷ ହେଲା ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ

ଶେଷ ହେଲା ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ।  ମୋଟ 9 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି 2 ଲକ୍ଷ 39 ହଜାର 153 ଜଣ । ସମୁଦାୟ 373ଟି ବୁଥରେ ଚାଲିଥିଲା ଭୋଟ ଗ୍ରହଣ । ସକାଳ 7 ଟାରୁ ସନ୍ଧ୍ୟା 6 ଟା ଯାଏଁ 69.9 ପ୍ରତିଶତ ମତଦାନ କରିଛନ୍ତି ମତଦାତା । ଏବେ ନିର୍ବାଚନ ଫଳାଫଳକୁ ଅପେକ୍ଷା । 

17:46 November 03

ଜାରି ରହିଛି ମତଦାନ, ସନ୍ଧ୍ୟା 5ଟା ସୁଦ୍ଧା 67.97 ପ୍ରତିଶତ ଭୋଟିଂ

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ସନ୍ଧ୍ୟା 5ଟା ସୁଦ୍ଧା 67.97 ପ୍ରତିଶତ ହୋଇଛି ଭୋଟିଂ ।

17:02 November 03

ଅପରାହ୍ନ 3.30 ସୁଦ୍ଧା 55.23 % ଭୋଟିଂ, ଦୁଇ ଘଣ୍ଟା ମଧ୍ୟରେ ମତଦାନ ବଢିବାର ସମ୍ଭାବନା

ଅପରାହ୍ନ 3.30 ସୁଦ୍ଧା 55.23 % ଭୋଟିଂ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଅପରାହ୍ନ 3 ଟା 30 ସୁଦ୍ଧା ବିରିଡି ବ୍ଲକରେ 36 ହଜାର 032 ଜଣ ବା 53 ପ୍ରତିଶତ ମତଦାନ କରିଛନ୍ତି । ସେହିପରି ରଘୁନାଥପୁର ବ୍ଲକର 38 ହଜାର 952 ବା 56 ପ୍ରତିଶତ ଏବଂ ତିର୍ତ୍ତୋଲ ବ୍ଲକରେ 56 ହଜାର 74 ଜଣ ଭୋଟର ବା 54 ପ୍ରତିଶତ ମତଦାନ ହୋଇଛି । 

ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ 1 ଲକ୍ଷ 10 ହଜାର, 58 ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିସାରିଲେଣି । ଏହା ମାତ୍ର 55.23 ପ୍ରତିଶତ ଥିବା ଜଣାପଡ଼ିଛି । ତେବେ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ଆଉ ଦୁଇ ଘଣ୍ଟା ମଧ୍ୟରେ ମତଦାନ କିଛି ମାତ୍ରାରେ ବଢିବାର ସମ୍ଭାବନା ରହିଛି ।

15:38 November 03

ଅପରାହ୍ନ 2 ଟା 30 ସୁଦ୍ଧା 41.36% ମତଦାନ, ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ହିଂମାଶୁ ଭୂଷଣ ମଲ୍ଲିକ

ଅପରାହ୍ନ 2 ଟା 30 ସୁଦ୍ଧା 41.36% ମତଦାନ

ତିର୍ତ୍ତୋଲରେ ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ହିଂମାଶୁ ଭୂଷଣ ମଲ୍ଲିକ । କୋରୋନା କଟକଣା ମଧ୍ୟରେ ଯାଇ ସେ ନିଜ ମତ ସାବ୍ୟସ୍ତ କରିଛନ୍ତି । ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ହିମାଂଶୁ ଭୂଷଣ ମଲ୍ଲିକ ତାଙ୍କ ପୈତୃକ ଗ୍ରାମ ଗରମ ପଞ୍ଚାୟତରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେପଟେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଡୁଆ ଗ୍ରାମର ନଗରୀ ସେଠୀ ନାମକ ଜଣେ 80 ବର୍ଷୀୟ ବୃଦ୍ଧା ଭୋଟ ଦେବା ପାଇଁ ଆସୁଥିବା ବେଳେ ବାଟରେ ପଡିଯାଇ ତାଙ୍କର ମୃତ୍ୟୁ ଘଟିଛି ।

କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମା’, ସାରଳାଙ୍କୁ ଦର୍ଶନ କରି ସରିବା ପରେ ସେ ନିଜର ଭୋଟ ଦେବା ପାଇଁ ନିଜ କର୍ମୀଙ୍କ ସହ 100 ନଂ ଗଇତୋଳ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଥିଲେ । ତେବେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ଓ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଘର ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ହୋଇଥିବାରୁ ସେମାନେ ଭୋଟ ଦେଇ ପାରିନଥିଲେ । ତିର୍ତ୍ତୋଲ ଉପନିର୍ବାଚନରେ ଅପରାହ୍ନ 2 ଟା 30 ସୁଦ୍ଧା 41.36% ମତଦାନ ହୋଇଛି ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

14:05 November 03

1ଟା ସୁଦ୍ଧା 39.68 ପ୍ରତିଶତ ମତଦାନ

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ଦିନ 1ଟା ସୁଦ୍ଧା 39.68 ପ୍ରତିଶତ ହୋଇଛି ଭୋଟିଂ ।

12:26 November 03

12 ଟା ସୁଦ୍ଧା 24 ପ୍ରତିଶତ ମତଦାନ

ଦିନ 12 ଟା ସୁଦ୍ଧା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ 24 ପ୍ରତିଶତ ମତଦାନ ହୋଇଛି । ବିରିଡି ବ୍ଲକରେ 22 ପ୍ରତିଶତ ମତଦାନ ହୋଇଥିବାବେଳେ ରଘୁନାଥପୁର ବ୍ଲକରେ 25 ପ୍ରତିଶତ ଓ ତିର୍ତ୍ତୋଲ ବ୍ଲକରେ 25 ପ୍ରତିଶତ ମତଦାନ ହୋଇଛି ।

11:49 November 03

ଦିନ 11 ଟା ସୁଦ୍ଧା 24.93 ପ୍ରତିଶତ ମତଦାନ

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି । ଦିନ 11 ଟା ସୁଦ୍ଧା 24.93 ପ୍ରତିଶତ ହୋଇଛି ମତଦାନ ।

09:44 November 03

ସକାଳ 9ଟା ସୁଦ୍ଧା 7.58 ପ୍ରତିଶତ ମତଦାନ

ତିର୍ତ୍ତୋଲରେ ମତଦାନ ଜାରି । ସକାଳ 9ଟା ସୁଦ୍ଧା 7.58 ପ୍ରତିଶତ ମତଦାନ । 

07:42 November 03

177 ବୁଥରେ ବିଳମ୍ବରେ ଆରମ୍ଭ ହେଲା ଭୋଟିଂ

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ 177 ନମ୍ବର ବୁଥରେ ବିଳମ୍ବରେ ଭୋଟିଂ ଆରମ୍ଭ ହୋଇଛି । ଇଭିଏମ ଖରାପ ପାଇଁ ଡେରିରେ ଆରମ୍ଭ ହୋଇଛି ଭୋଟ ।

06:54 November 03

69.9% ଭୋଟିଂ ରେ ଶେଷ ହେଲା ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ମୋଟ 9 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 2 ଲକ୍ଷ 39 ହଜାର 153 ଜଣ । ସମୁଦାୟ 373ଟି ବୁଥରେ ଚାଲିଛି ଭୋଟ ଗ୍ରହଣ । ସେଥିମଧ୍ୟରୁ 155ଟି ବୁଥ ରହିଛି ସମ୍ବେଦନଶୀଳ ।

Last Updated : Nov 3, 2020, 7:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.