ETV Bharat / state

ସାବିତ୍ରୀ ପୂର୍ବରୁ ବଜାର ଭିଡ, ପୋଲିସ ନାକେଦମ

author img

By

Published : Jun 9, 2021, 9:31 PM IST

ଆସନ୍ତାକାଲି (ଗୁରୁବାର) ସାବିତ୍ରୀ ପର୍ବ। ବଜାରରେ ଅସମ୍ଭାଳ ଭିଡ । କଟକଣା ମାନୁନାହାନ୍ତି ଲୋକେ। ପୋଲିସ ମଧ୍ୟ ନାକେଦମ । ଅଧିକ ପଢନ୍ତୁ....

ସାବିତ୍ରୀ ପୂର୍ବରୁ ବଜାର ଭିଡ, ପୋଲିସ ନେକେଦମ
ସାବିତ୍ରୀ ପୂର୍ବରୁ ବଜାର ଭିଡ, ପୋଲିସ ନେକେଦମ

ଜଗତସିଂହପୁର: ଆସନ୍ତାକାଲି (ଗୁରୁବାର) ସାବିତ୍ରୀ ପର୍ବ ରହୁଥିବାରୁ ଜଗତସିଂହପୁର ସହରରେ ଆଜି ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ପୋଷ୍ଟ ଅଫିସ ଛକଠାରୁ ଗାନ୍ଧି ଛକ ପର୍ଯ୍ୟନ୍ତ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଶହ ଶହ ଉଠା ଦୋକାନୀ ରାସ୍ତା କଡ଼ରେ ଦୋକାନ ବସାଇ ଥିବାବେଳେ ସହରର ସମସ୍ତ ଦୋକାନ ବଜାର ଖୋଲିଥିବା ଦେଖିବାକୁ ମିଳିଛି ।

ସାବିତ୍ରୀ ପୂର୍ବରୁ ବଜାର ଭିଡ, ପୋଲିସ ନେକେଦମ

ଆଗକୁ ସାବିତ୍ରୀ ଓ ରଜ ଥିବାରୁ ପର୍ବ ଲୁଗା ଦୋକାନୀମାନେ ମଧ୍ୟ ଦୋକାନ ଖୋଲି ଦେଇଥିଲେ। ଯାହାକୁ ନେଇ ପୋଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗହଳିକୁ ଦେଖି ଜଗତସିଂହପୁର ପୋଲିସ ଲୋକଙ୍କୁ ଯେତେ ଘଉଡ଼ାଉ ଥିଲେ ମଧ୍ୟ ଜନଗହଳି ସେତେ ବଢ଼ିବାକୁ ଲାଗିଥିଲା। ପୋଲିସ ବାଧ୍ୟ ହୋଇ 11ଟା ପୂର୍ବରୁ ଦୋକାନୀମାନଙ୍କୁ ଦୋକାନ ବନ୍ଦ କରିବାକୁ କହିଥିଲା। ଲୋକେ କିନ୍ତୁ ପୋଲିସକୁ ସହଯୋଗ କରିନଥିବା ଦେଖିବାକୁ ମିଳିଥିଲା । କାଲି ସାବିତ୍ରୀ କିଣାକିଣି ନ କଲେ ପୂଜା କେମିତି କରିବୁ ବୋଲି ପୋଲିସକୁ ଓଲଟା ପ୍ରଶ୍ନ କରିଥିଲେ ଲୋକେ । ଆଗକୁ ରଜ ଆସୁଥିବାରୁ ସହରରେ ବିଭିନ୍ନ ଲୁଗା ଦୋକାନ ଉପରେ ତୀକ୍ଷ୍ନ ନଜର ରଖାଯିବ ସହ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.