ETV Bharat / state

ତଦନ୍ତ ପାଇଁ ଯାଇ ଗାଁଲୋକଙ୍କ ଆକ୍ରମଣର ଶିକାର ହେଲା ପୋଲିସ

author img

By

Published : Aug 28, 2021, 1:40 PM IST

Updated : Aug 28, 2021, 2:08 PM IST

ଯୌତୁକ ସାମଗ୍ରୀ ଉଦ୍ଧାର କରିବାକୁ ଯାଇ ହଟହଟା ପୋଲିସ । ଗ୍ରାମବାସୀଙ୍କ ଆକ୍ରାମଣର ଶିକାର ହୋଇ ଲହୁଲୁହାଣ ହେଲେ ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ...

ଯୌତୁକ ସାମଗ୍ରୀ ଉଦ୍ଧାର କରିବାକୁ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲା ପୋଲିସ
ଯୌତୁକ ସାମଗ୍ରୀ ଉଦ୍ଧାର କରିବାକୁ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲା ପୋଲିସ

ଜଗତସିଂହପୁର: ଯୌତୁକ ସାମଗ୍ରୀ ଉଦ୍ଧାର କରିବାକୁ ଯାଇ ହଟହଟା ପୋଲିସ । ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହେଲେ ପୋଲିସ କର୍ମଚାରୀ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶାଗ ବାରିଆ ଗ୍ରାମରେ । ଗ୍ରାମବାସୀଙ୍କ ଆକ୍ରମଣରେ ଦୁଇ ସବ-ଇନ୍ସପେକ୍ଟର ସମେତ ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ ପରେ ଗ୍ରାମର ୧୦ ଜଣଙ୍କୁ ପୋଲିସ ଥାନାକୁ ଉଠାଇ ନେଇଛି ।

ତଦନ୍ତ ପାଇଁ ଯାଇ ଗାଁଲୋକଙ୍କ ଆକ୍ରମଣର ଶିକାର ହେଲା ପୋଲିସ

ମିଳିଥିବା ସୂଚନାନୁଯାୟୀ, ଶାଗ ବାରିଆ ଗ୍ରାମର ସୁଚିସ୍ମିତା ସେଠୀ ନାମକ ଜଣେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୁ ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଗତକାଲି ତିର୍ତ୍ତୋଲ ଥାନା ଏସଆଇ ଚନ୍ଦ୍ରମଣି ସାହୁଙ୍କ ନେତୃତ୍ବରେ ଏକ ପୋଲିସ ଟିମ ସୁଚିସ୍ମିତା ଓ ତାଙ୍କ ପରିବାର ଲୋକଙ୍କ ସହ ଶାଗ ବାରିଆ ଗ୍ରାମକୁ ଯାଇଥିଲେ।

ତେବେ ମହିଳାଙ୍କ ଯୌତୁକ ସାମଗ୍ରୀ ଉଦ୍ଧାର କରିବାକୁ ଉଦ୍ୟମ କରିବା ସମୟରେ ହଠାତ ସ୍ଥାନୀୟ ଲୋକେ ପୋଲିସ ଟିମ ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ କି ୫ଜଣ ପୋଲିସ କର୍ମଚାରୀ ଆହତ ହେବାପରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ କେଉଁ କାରଣକୁ କେନ୍ଦ୍ର କରି ପୋଲିସ ଉପରକୁ ଆକ୍ରମଣ କରିଥିଲେ ଗ୍ରାମବାସୀ ସେନେଇ କିଛି ସୂଚନା ମିଳିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Aug 28, 2021, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.