ETV Bharat / state

ଗୋଡ଼ା ଅଳକା ନଦୀରୁ ଅଜଣା ମୃତଦେହ ଉଦ୍ଧାର

author img

By

Published : Oct 10, 2022, 5:24 PM IST

ଜଗତସିଂହପୁର ଏରସମା ବ୍ଲକ ଗତେଶ୍ବରପୁର ଗ୍ରାମ ଅଳକା ନଦୀରୁ ଅଜଣା ମୃତଦେହ ଉଦ୍ଧାର । ହତ୍ୟା କି ଆତ୍ମହତ୍ୟା ନେଇ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଅଳକା ନଦୀରୁ ଅଜଣା ମୃତଦେହ ଉଦ୍ଧାର
ଅଳକା ନଦୀରୁ ଅଜଣା ମୃତଦେହ ଉଦ୍ଧାର

ଜଗତସିଂହପୁର: ଜିଲ୍ଲାର ଏରସମା ଥାନା ଅନ୍ତର୍ଗତ ଗୋଡ଼ା ପଞ୍ଚାୟତର ଗତେଶ୍ବରପୁର ଗ୍ରାମର ଅଳକା ନଦୀରୁ ସୋମବାର ଜବତ ହୋଇଛି ଜଣେ ଯୁବକଙ୍କ ଗଳିତ ମୃତଦେହ (Dead body of a man found near Alaka River) । ଏହି ମୃତଦେହକୁ ଏରସମା ପୋଲିସ (Ersama Police) ଉଦ୍ଧାର କରି ଜବତ କରିଛି । ତେବେ ଯୁବକଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେ ନେଇ ଏରସମା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅଳକା ନଦୀରୁ ଅଜଣା ମୃତଦେହ ଉଦ୍ଧାର

ଆଜି ଅପରାହ୍ନ ସମୟରେ ଅଳକା ନଦୀ ମଧ୍ୟରେ ଜଣେ ଯୁବକଙ୍କ ଗଳିତ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ଏରସମା ଥାନାକୁ ଖବର ଦେଇଥିଲେ । ଏରସମା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହକୁ କୂଳକୁ ଆଣିବା ସହ ଉଦ୍ଧାର କରିଥିଲେ । ମୃତ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ପୋଲିସ ଜାଣିବାକୁ ପାଇଛି । ଏରସମା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇଛି ।

ଏହା ବି ପଢନ୍ତୁ- ଭଉଣୀକୁ ଦୁଷ୍କର୍ମ କରି ପୋଡ଼ିବାକୁ ବଡ଼ ଭାଇର ଉଦ୍ୟମ, ଥାନାରେ ମାମଲା

ଯୁବକ ଜଣକଙ୍କ ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଏହା ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ଏରସମା ପୋଲିସ । ବର୍ତ୍ତମାନ ସୁଦ୍ଧା ମୃତଦେହର ପରିଚୟ ମିଳିପାରିନାହିଁ । ମୃତଦେହରେ କେବଳ ଅନ୍ତବସ୍ତ୍ର ଛଡା ଅନ୍ୟ କିଛି ନଥିବା ଦେଖିବାକୁ ମିଳିଛି । ମୃତଦେହ ମିଳିବା ପରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.