ETV Bharat / state

ଜଗତସିଂହପୁରରେ କୋରୋନା କାୟା, ମୋଟ ଆକ୍ରାନ୍ତ ସଂଖ୍ୟା 4385କୁ ବୃଦ୍ଧି

author img

By

Published : Sep 24, 2020, 2:26 PM IST

ଜିଲ୍ଲାରେ ଭୟାବହ ହେବାରେ ଲାଗିଛି କୋରୋନା ସ୍ଥିତି । ଏମିତିରେ ବୁଧବାର ଜିଲ୍ଲାରେ 173 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକ ପଙ୍କପାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର କୋରୋନା ପଜିଟିଭ ଥିବା ସୂଚନା ମିଳିଛି

jagatsinghpur latest news, coronavirus news, corona update in jagatsinghpur, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଭାଇରସ ନ୍ୟୁଜ୍‌, ଜଗତସିଂହପୁରରେ କୋରୋନା ଅପଡେଟ
ଜଗତସିଂହପୁରରେ କୋରୋନା କାୟା, ମୋଟ ଆକ୍ରାନ୍ତ ସଂଖ୍ୟା 4385କୁ ବୃଦ୍ଧି

ଜଗତସିଂହପୁର: ଜିଲ୍ଲାରେ ଭୟାବହ ହେବାରେ ଲାଗିଛି କୋରୋନା ସ୍ଥିତି । ଏମିତିରେ ବୁଧବାର ଜିଲ୍ଲାରେ 173 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକ ପଙ୍କପାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର କୋରୋନା ପଜିଟିଭ ଥିବା ସୂଚନା ମିଳିଛି । ତେବେ ଏହି ଡାକ୍ତରଙ୍କ ସଂସ୍ପର୍ଶରେ କେତେ ଜଣ ଆସିଛନ୍ତି ତାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଅନୁସନ୍ଧାନ ଆରମ୍ଭ କରିଥିବା ସ୍ପଷ୍ଟ କରିଛି ।

ଜଗତସିଂହପୁରରେ କୋରୋନା କାୟା, ମୋଟ ଆକ୍ରାନ୍ତ ସଂଖ୍ୟା 4385କୁ ବୃଦ୍ଧି

ସୂଚନା ଅନୁଯାୟୀ ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲିକୁଦା ବ୍ଲକରେ 14, ବିରିଡିରୁ 17, ଏରସମାରୁ 29, ଜଗତସିଂହପୁର ଗ୍ରାମାଞ୍ଚଳରୁ 18, କୁଜଙ୍ଗରୁ 21, ନାଉଗାଁରୁ ସର୍ବାଧିକ 32, ପାରାଦ୍ବୀପରୁ 13, ରଘୁନାଥପୁରରୁ 14, ତିର୍ତ୍ତୋଲରୁ 12 ଓ ଅନ୍ୟ ଜିଲ୍ଲାରୁ 3 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଘରୋଇ ଟେଷ୍ଟରୁ 38 ଜଣ ସଂକ୍ରମିତ ଥିବା ଜଣାପଡ଼ିଛି । ଏହାକୁ ନେଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 4385ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 3009 ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା 1370ଟି ସକ୍ରିୟ ମାମଲା ରହିଛି । ସେପଟେ ଜିଲ୍ଲାର କୋରୋନା ଜନିତ ମୃତ୍ୟୁ ସଂଖ୍ୟା 7ରେ ପହଞ୍ଚିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.