ETV Bharat / state

ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ଜଗତସିଂହପୁରରେ ୫ ବର୍ଷ ପାଇଁ ଦାୟିତ୍ୱ ନେଲେ ୮ ବ୍ଲକର ଅଧ୍ୟକ୍ଷ

author img

By

Published : Mar 13, 2022, 1:12 PM IST

ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ପରୋକ୍ଷରେ ନିର୍ବାଚନ ଶେଷ ହୋଇଛି। ଜଗତସିଂହପୁର ଜିଲ୍ଲାରେ ୮ଟି ବ୍ଲକରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ଅଧିକ ପଢନ୍ତୁ

ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ଜଗତସିଂହପୁରରେ ୫ ବର୍ଷ ପାଇଁ ଦାୟିତ୍ୱ ନେଲେ ୮ବ୍ଲକର ଅଧ୍ୟକ୍ଷ
ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ଜଗତସିଂହପୁରରେ ୫ ବର୍ଷ ପାଇଁ ଦାୟିତ୍ୱ ନେଲେ ୮ବ୍ଲକର ଅଧ୍ୟକ୍ଷ

ଜଗତସିଂହପୁର: ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ପରୋକ୍ଷରେ ନିର୍ବାଚନ ଶେଷ ହୋଇଛି। ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ରାଇରଙ୍ଗପୁରରେ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ କସରତ ଚଳାଇଥିଲେ । ଜଗତସିଂହପୁର ଜିଲ୍ଲାରେ ୮ଟି ବ୍ଲକରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି।

ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ଜଗତସିଂହପୁରରେ ୫ ବର୍ଷ ପାଇଁ ଦାୟିତ୍ୱ ନେଲେ ୮ବ୍ଲକର ଅଧ୍ୟକ୍ଷ

ବିରିଡି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ବିଜେଡି ସମର୍ଥିତ ପ୍ରାର୍ଥୀ ମମତା ପାତ୍ର ବିଜୟୀ ହୋଇଥିବା ବେଳେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷ ଭାବେ ରିନାରାଣୀ ସାହୁ ନିର୍ବାଚିତ ହୋଇଛନ୍ତି। ସେହିଭଳି ବାଲିକୁଦା ବ୍ଲକ ଅଧ୍ୟକ୍ଷ ଭାବେ ପ୍ରକାଶ ପ୍ରଧାନ, ଏରସମା ବ୍ଲକ ଅଧ୍ୟକ୍ଷ ଭାବେ ଲଷ୍ମୀ ପ୍ରିୟା ମହାପାତ୍ର, ତ୍ରିତଲ ବ୍ଲକ ଅଧ୍ୟକ୍ଷ ଭାବେ ମନୋଜ କୁମାର ବେହେରା, ନାଉଗାଁ ବ୍ଲକ ଅଧ୍ୟକ୍ଷ ଭାବେ ତୃଷ୍ଣା ଲେଙ୍କା, ରଘୁନାଥ ପୁର ବ୍ଲକ ଅଧ୍ୟକ୍ଷ ଭାବେ ଲକ୍ଷ୍ମୀ ବେହେରା ଓ ଜଗତସିଂହପୁର ବ୍ଲକ ଅଧ୍ୟକ୍ଷ ଭାବେ କନକ ପ୍ରଭା ଲେଙ୍କା ନିର୍ବାଚିତ ହୋଇଛନ୍ତି।

୯୮ଟି ପଞ୍ଚାୟତର ୧୯୮ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିଜ ମତଦାନ କରିଥିଲେ। ଜିଲ୍ଲାର ରଘୁନାଥ ପୁର ବ୍ଲକ ଅଧ୍ୟକ୍ଷ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ସୂଚନା ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.