ETV Bharat / state

କୁଜଙ୍ଗ ବିଡିଓ ରାସ୍ତା ଉପରେ ଯୁବକଙ୍କୁ ମାଡ଼ ମାରିବା ଘଟଣା, ଇସ୍ତଫା ଦାବିରେ ବିଜେପିର ପ୍ରତିବାଦ

author img

By

Published : Jul 6, 2023, 7:00 AM IST

ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ କୁଜଙ୍ଗ ବିଡିଓ ମାଡ଼ ମାରିବା ଘଟଣା । ବିଡିଓ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି । ଅଧିକ ପଢ଼ନ୍ତୁ

bjp stage protest in paradeep
କୁଜଙ୍ଗ ବିଡିଓଙ୍କ ଇସ୍ତଫା ଦାବିରେ ବିଜେପିର ପ୍ରତିବାଦ

କୁଜଙ୍ଗ ବିଡିଓଙ୍କ ଇସ୍ତଫା ଦାବିରେ ବିଜେପିର ପ୍ରତିବାଦ

ଜଗତସିଂହପୁର: ବିଚ ରାସ୍ତାରେ ଜଣେ ଯୁବକଙ୍କୁ କୁଜଙ୍ଗ ବିଡିଓ ମାଡ଼ ମାରିବା ଘଟଣାକୁ ନେଇ ଗର୍ଜିଲା ବିଜେପି । ବିଡିଓଙ୍କ ଗିରଫ ଦାବିକରି ବ୍ଲକ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ପାରାଦ୍ବୀପ ବିଜେପି ପକ୍ଷରୁ ଶତାଧିକ କର୍ମୀ ଏକତ୍ରିତ ହୋଇ ବିଶାଳ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଥିଲେ ।

ସୂଚନା ଅନୁଯାୟ, ଜୁନ 27 ତାରିଖ ଅପରାହ୍ନ ସମୟରେ କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଏକ ସ୍କୁଟିରେ ଯାଉଥିବା ସମୟରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଗାଳି କରିଥିଲା । କ୍ରୋଧରେ ବିଡିଓ ଉକ୍ତ ଯୁବକକୁ ବଜାର ମଧ୍ୟରେ ଚଟକଣା ମାରିବା ସହିତ ଧକ୍କା ମାରିବା ଘଟଣାର ଭିଡିଓ ଭାଇରଲ ହେବାରେ ଲାଗିଥିଲା l ଯାହାକୁ ନେଇ ବିଜେପି ଯୁବମୋର୍ଚ୍ଚା ତରଫରୁ ବିରୋଧ କରାଯିବା ସହିତ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିଲା l ବିଚ୍‌ ରାସ୍ତାରେ ପ୍ରଶାସନିକ ଅଧିକାରୀ ଜଣେ ଯୁବକକୁ ମାଡ଼ ମାରିବା ଘଟଣାକୁ ବିଜେପି ନିନ୍ଦା କରିଛି l ଯାହାକୁ ନେଇ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର ବିଜେପି ଯୁବନେତା ସମ୍ପଦ ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ପୁରୁଷ, ମହିଳା ଓ ଯୁବମୋର୍ଚ୍ଚା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଶାଳ ଶୋଭାଯାତ୍ରାରେ ଆସି ବ୍ଲକ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ବିଡିଓଙ୍କ ଇସ୍ତଫା ଦାବି କରିଛି । ଏହି ଘଟଣାର ତଦନ୍ତ କରି ବିଡିଓଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି lଯଥାଶୀଘ୍ର ବିଡିଓଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଓ ଇସ୍ତଫା ଦାବି କାର୍ଯ୍ୟକାରୀ କରାନଯାଏ ତେବେ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ବିଜେପି ଯୁବନେତା ସମ୍ପଦ ସ୍ୱାଇଁ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ରାସ୍ତା ଉପରେ ବ୍ୟକ୍ତିଙ୍କୁ ଚାପୁଡା ମାରିଲେ କୁଜଙ୍ଗ ବିଡିଓ, ଭିଡିଓ ଭାଇରାଲ

ଅନ୍ୟପଟେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ । ସେ କହିଛନ୍ତି, "ଘଟଣା ଦିନ ଅପରାହ୍ନରେ ଏକ ସ୍କୁଟିରେ ଯାଉଥିବା ସମୟରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ମୋତେ ଏବଂ ମୋ ମାଆଙ୍କୁ ଗାଳି ଗୁଲଜ କରିଥିଲେ l ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହେବା ସହିତ ଉକ୍ତ ଯୁବକଙ୍କୁ ଦୁଇ ଚାପୁଡ଼ା ମାରିଥିଲି । ଜଣେ ପ୍ରଶାସନିକ ଅଧିକାରୀ ଭାବେ ଏଭଳି କାର୍ଯ୍ୟ କରିବା ଭୁଲ ଅଟେ । କିନ୍ତୁ ମାଆଙ୍କ ଅପମାନ ସହିନପାରି ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲି ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.