ETV Bharat / state

ଚଳିତ ବନ୍ୟା ସରକାରଙ୍କ ପ୍ରାୟୋଜିତ: ବିଜେପି

author img

By

Published : Sep 2, 2022, 10:34 PM IST

ବନ୍ୟା ପ୍ରଭାବିତଙ୍କୁ କ୍ଷତିପୂରଣ ଦାବିରେ କୁଜଙ୍ଗ ତହସିଲଦାର କାର୍ଯ୍ୟାଳୟ ଘେରାଉ କଲା ବିଜେପି । ଚଳିତ ବନ୍ୟା ସରକାରଙ୍କ ପ୍ରାୟୋଜିତ ଓ ବିଜୁ ଜନତା ଦଳର ବୋଲି କଟାକ୍ଷ କରିଛି ବିଜେପି । ଅଧିକ ପଢ଼ନ୍ତୁ

ଚଳିତ ବନ୍ୟା ସରକାରଙ୍କ ପ୍ରାୟୋଜିତ: ବିଜେପି
ଚଳିତ ବନ୍ୟା ସରକାରଙ୍କ ପ୍ରାୟୋଜିତ: ବିଜେପି

ଜଗତସିଂହପୁର: ବନ୍ୟା ପ୍ରଭାବିତଙ୍କୁ ସରକାରୀ ସୁବିଧା ମିଳୁନଥିବା ଅଭିଯୋଗରେ କୁଜଙ୍ଗ ତହସିଲ କାର୍ଯାଳୟ ଘେରାଉ କରିଛି ବିଜେପି । ରାଜ୍ୟରେ ବନ୍ୟାକୁ ନେଇ ବିଜେଡି ସରକାରକୁ କଟାକ୍ଷ କରିବା ସହିତ ଏହା ସରକାରୀ ପ୍ରାୟୋଜିତ ଓ ବିଜୁ ଜନତାଦଳର ବନ୍ୟା ବୋଲି କହିଛି ବିଜେପି ।

ଚଳିତ ବନ୍ୟା ସରକାରଙ୍କ ପ୍ରାୟୋଜିତ: ବିଜେପି

ଜଗତସିଂହପୁର ଜିଲ୍ଲାରେ ଚଳିତ ବନ୍ୟା ଯୋଗୁଁ କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି । ତେବେ ବନ୍ୟା ମୁକାବିଲାରେ ରାଜ୍ୟ ସରକାର ଫେଲ ମାରିଥିବା କହିଛି ବିଜେପି । ବନ୍ୟା ଯୋଗୁଁ ଅନେକ ଲୋକ ଖାଇବାକୁ ପାଉ ନଥିବା ବେଳେ ଅନେକ ନିଜ ବାସଗୃହ ମଧ୍ୟ ହରାଇଛନ୍ତି । ତେବେ ଏଭଳି ପରିସ୍ଥିତିରେ ସେମାନଙ୍କୁ ଯେଉଁ ସହାୟତା ଯୋଗାଇଦେବା କଥା ତାହା କରାଯାଇନାହିଁ । ଫଳରେ ପ୍ରଭାବିତ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ !

ତେବେ ଆଜି ପାରାଦ୍ବୀପର ବିଜେପି ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ଶୋଭାଯାତ୍ରାରେ ଆସି କୁଜଙ୍ଗ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏଥିରେ ନିଜ ପ୍ରତିକ୍ରିୟାରେ ଚଳିତ ବନ୍ୟା ସରକାରଙ୍କ ପ୍ରାୟୋଜିତ ବନ୍ୟା ଏବଂ ଠିକାଦାରଙ୍କୁ ପୋଷିବା ପାଇଁ ସରକାରୀ ଦଳର ଏହା ଚାଲ ବୋଲି ବୋଲି କହିଛନ୍ତି ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ । ସେ କହିଛନ୍ତି, "ଏହି ସରକାରୀ କଳର ମନୁଷ୍ୟକୃତ ବନୟାରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ରିଲିଫ ଯୋଗାଇବାରେ ମଧ୍ୟ ବ୍ୟାପକ ଅନୀୟମିତତା ଦେଖାଯାଇଛି । ତେବେ ଏଥିରେ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଇ ପ୍ରଭାବିତ ହୋଇଥିବା ସବୁ ବର୍ଗର ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ ।"

ସେହିଭଳି ବିଜେପି ନେତା ସମ୍ପଦ ସ୍ବାଇଁ କହିଛନ୍ତି, "ଦୀର୍ଘ ୩ ଦିନ ଧରି ବନ୍ୟା ହେବା ପରେ ମଧ୍ୟ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲା । ବ୍ଲକ ପ୍ରଶାସନ ମଧ୍ୟ ଏହି ବିପର୍ଯ୍ୟୟ ପରିଚାଳନାରେ ବଫଳ ହୋଇଛି । ରିଲିଫ ବଣ୍ଟନରେ ବ୍ୟାପକ ଅନୀୟମିତତା ଦେଖାଯାଇଛି । ଏହି ସବୁର ପ୍ରତିବାଦରେ ଆମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛୁ ।" ତେବେ ଯଦି ଶୀଘ୍ର କ୍ଷତିଗ୍ରସ୍ତ କୃଷକ ମାନଙ୍କୁ କ୍ଷତିପୂରଣ ଦିଆନଯାଏ, ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.