ETV Bharat / state

Udaipur Tailor Murder Case: ଜଗତସିଂହପୁରରେ ବିଶ୍ବହିନ୍ଦୁ ପରିଷଦର ବିରୋଧ

author img

By

Published : Jul 2, 2022, 9:29 AM IST

ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲଙ୍କୁ ହୋଇଥିବା ହତ୍ୟାକାଣ୍ଡକୁ ଘୋର ବିରୋଧ କରିଛି ଜଗତସିଂହପୁର ବିଶ୍ବ ହିନ୍ଦୁ ପରିଷଦ । ଅଧିକ ପଢନ୍ତୁ

କହ୍ନେୟାଲାଲ ହତ୍ୟାକୁ ବିଶ୍ବହିନ୍ଦୁ ପରିଷଦର ବିରୋଧ
କହ୍ନେୟାଲାଲ ହତ୍ୟାକୁ ବିଶ୍ବହିନ୍ଦୁ ପରିଷଦର ବିରୋଧ

ଜଗତସିଂହପୁର: ରାଜସ୍ଥାନର ଉଦୟପୁରରେ ହୋଇଥିବା ବର୍ବରୋଚିତ ହତ୍ୟା ଘଟଣାକୁ ତିବ୍ର ବିରୋଧ କରିଛି ବିଶ୍ବହିନ୍ଦୁ ପରିଷଦ । ଜଗତସିଂହପୁର ସହରର ଥାନା ଛକ ନିକଟରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହିତ ହତ୍ୟାକାରୀ ରିୟାଜ ଅନସାରୀ ଓ ଘୋଷ ମହମ୍ମଦଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

କହ୍ନେୟାଲାଲ ହତ୍ୟାକୁ ବିଶ୍ବହିନ୍ଦୁ ପରିଷଦର ବିରୋଧ

ବିଶ୍ବହିନ୍ଦୁ ପରିଷଦ ଅଭିଯୋଗ କରିଛି ଯେ, ରାଜସ୍ଥାନ ଉଦୟପୁର ଅଞ୍ଚଳର କହ୍ନେୟାଲାଲଙ୍କୁ ନାମକ ଜଣେ ଦର୍ଜିଙ୍କୁ ଯେଭଳି ଭାବରେ ଅତି ନିର୍ମମ ଭାବେ ହତ୍ୟା କରାଗଲା, ତାକୁ କେବେ ବରଦାସ୍ତ କରାଯିବ ନାହିଁ । ଭାରତ ଏକ ଶାନ୍ତିପ୍ରିୟ ଦେଶ, ଏଠାରେ ଜାତି, ଧର୍ମ, ବର୍ଣ୍ଣ ଓ ନିର୍ବିଶେଷରେ ସମସ୍ତେ ଭାରତୀୟ । କିନ୍ତୁ, ଯେପରି ଦୁଇ ହତ୍ୟାକାରୀ କହ୍ନେୟାଲାଲଙ୍କୁ ହତ୍ୟା କରି ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ କଲେ, ତାକୁ ନିନ୍ଦା କରିବା ସହିତ ଦୋଷୀଙ୍କୁ କଠୋର ଦଣ୍ଡ ପ୍ରଦାନ କରିବାକୁ ବିଶ୍ବହିନ୍ଦୁ ପରିଷଦ ଦାବି କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.