ETV Bharat / state

Police Suspend; କାର୍ଯ୍ୟରେ ଅବହେଳା, ତିନି ମହିଳା ପୋଲିସ କର୍ମଚାରୀ ନିଲମ୍ବିତ

author img

By

Published : Nov 28, 2021, 10:58 PM IST

ଜଗତସିଂହପୁରରେ କାର୍ଯ୍ୟରେ ଅବହେଳା ଯୋଗୁଁ ତିନି ପୋଲିସ ଅଧିକାରୀ ନିଳମ୍ବିତ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ୱର ସିଂ ଜଣେ ମହିଳା ଏଏସଆଇ ରିଲୁପ୍ରଭା ବେହେରାଙ୍କ ସମେତ ଦୁଇ ମହିଳା କନେଷ୍ଟବଳ ରଶ୍ମି ରେଖା ଦାସ ଓ ମାୟାମୟୀ ବର୍ଦ୍ଧନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଅଧିକ ପଢନ୍ତୁ

କାର୍ଯ୍ୟରେ ଅବହେଳା ଯୋଗୁଁ ତିନି ମହିଳା ପୋଲିସ କର୍ମଚାରୀ ନିଲମ୍ବିତ
କାର୍ଯ୍ୟରେ ଅବହେଳା ଯୋଗୁଁ ତିନି ମହିଳା ପୋଲିସ କର୍ମଚାରୀ ନିଲମ୍ବିତ

ଜଗତସିଂହପୁର: କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପଡିଲା ମହଙ୍ଗା । ନିଲମ୍ବିତ ହେଲେ ତିନି ପୋଲିସ ଅଧିକାରୀ । ଯାହାକୁ ନେଇ ଜଗତସିଂହପୁର ପୋଲିସ ବିଭାଗରେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲା ପୋଲିସ ମୁଖ୍ୟାଳୟ ସୂତ୍ରରୁ ଖବର ଅନୁସାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ୱର ସିଂ, ଜଣେ ମହିଳା ଏଏସଆଇ ରିଲୁପ୍ରଭା ବେହେରାଙ୍କ ସମେତ ଦୁଇ ମହିଳା କନେଷ୍ଟବଳ ରଶ୍ମି ରେଖା ଦାସ ଓ ମାୟାମୟୀ ବର୍ଦ୍ଧନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

ଏହି ମହିଳା କର୍ମଚାରୀ ମାନେ ଜଗତସିଂହପୁର ଅଦାଲତରେ କାର୍ଯ୍ୟ କରିଆସୁଥିଲେ । ତେବେ ଏମାନଙ୍କ ନାମରେ କାର୍ଯ୍ୟରେ ଅବହେଳା ଅଭିଯୋଗ ଆସିଥିଲା । ଯାହାକୁ ନେଇ SP ଏହାର ତଦନ୍ତ ପାଇଁ ଉପ ସହକାରୀ ଆରକ୍ଷୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ରିପୋର୍ଟ ମିଳିବା ପରେ ଏହି ତିନି ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.