ETV Bharat / state

ଦଶହରା ଖର୍ଚ୍ଚ ନଦେବାରୁ ପାଣି ବନ୍ଦ କରିଲେ ପମ୍ପ ଡ୍ରାଇଭର, ଗ୍ରାମବାସୀଙ୍କ ବିକ୍ଷୋଭ

author img

By

Published : Oct 8, 2022, 6:03 PM IST

୫୦ ଟଙ୍କା ଦଶହରା ଖର୍ଚ୍ଚ ନଦେବାରୁ ଜଳ ଯୋଗାଣ ବନ୍ଦ କରିଦେଲେ ପମ୍ପ ଡ୍ରାଇଭର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗ ଥାନା ପାଟରାପଲ୍ଲୀ ଓ ଅରଖପଲ୍ଲୀରେ । ଅଧିକ ପଢନ୍ତୁ

ଦଶହରା ଖର୍ଚ୍ଚ ନଦେବାରୁ ପାଣି ବନ୍ଦ କରିଲେ ପମ୍ପଡ୍ରାଇଭର
ଦଶହରା ଖର୍ଚ୍ଚ ନଦେବାରୁ ପାଣି ବନ୍ଦ କରିଲେ ପମ୍ପଡ୍ରାଇଭର

ଭଞ୍ଜନଗର: ଦେଲେନି ଦଶହରା ଖର୍ଚ୍ଚ । ଜଳ ଯୋଗାଣ ବନ୍ଦ କରିଦେଲା ପମ୍ପ ଡ୍ରାଇଭର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗ ଥାନା ପାଟରାପଲ୍ଲୀ ଓ ଅରଖପଲ୍ଲୀରେ । ସାମାନ୍ୟ ୫୦ ଟଙ୍କା ଦଶହରା ଖର୍ଚ୍ଚ ନଦେବାରୁ ଜଳ ଯୋଗାଣ ବନ୍ଦ କରିଦେଲା ପମ୍ପ ଡ୍ରାଇଭର । ପାଣି ବନ୍ଦ ପରେ ପ୍ରଭାବିତ ହୋଇଥିଲେ ୩୦୦ରୁ ଉର୍ଦ୍ଧ୍ବ ପରିବାର ।

ଦଶହରା ଖର୍ଚ୍ଚ ନଦେବାରୁ ପାଣି ବନ୍ଦ କରିଲେ ପମ୍ପଡ୍ରାଇଭର

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ତାରାସିଙ୍ଗ ଥାନା ପାଟରାପଲ୍ଲୀ ଓ ଅରଖପଲ୍ଲୀରେ ବାସ କରୁଥିବା ୩୦୦ ରୁ ଉର୍ଦ୍ଧ୍ବ ପରିବାର ପିଇବା ପାଣି ପାଇଁ ପ୍ରତି ମାସରେ ୩୦ ଟଙ୍କା ଦେୟ ଦେଇଥାନ୍ତି । ହେଲେ ଚାନ୍ଦା ନଦେବାରୁ ପାଣି ବନ୍ଦ ପରେ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି । ହାତରେ ହାଣ୍ଡି ମାଠିଆ ଧରି ଗାଁ ରାସ୍ତାରେ ମହିଳାଙ୍କ ବିକ୍ଷୋଭ ଆରମ୍ଭ କରିବା ସହ ତୁରନ୍ତ ପାଣି ଛାଡିବା ପାଇଁ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: BMC ଗାଇଡଲାଇନ୍‌: ଫୁଟ୍‌ପାଥ ଓ ଡ୍ରେନ୍ ଉପରେ ରହିବନି ଖାଦ୍ୟ ଦୋକାନ

ପାଟରାପଲ୍ଲୀ ଓ ଅରଖପଲ୍ଲୀ ଦୁଇ ଗ୍ରାମକୁ ଆଜି ସକାଳୁ ଜଳଯୋଗାଣ ବନ୍ଦ କରିଦେଇଛି ପମ୍ପ ଡ୍ରାଇଭର । ଦଶହରା ଖର୍ଚ୍ଚ ପାଇଁ ପ୍ରତି ପରିବାରକୁ ୫୦ ଟଙ୍କା ଲେଖାଏଁ ଚାନ୍ଦା ମାଗିଥିଲେ କିଛି ଲୋକ ଚାନ୍ଦା ଦେଇଥିବା ବେଳେ ଅନ୍ୟମାନେ ଏହାକୁ ପ୍ରତିବାଦ କରି ଚାନ୍ଦା ଦେବାକୁ ମନା କରିଦେଇଥିଲେ । ଏଥିରେ ରାଗିଯାଇ ଶୁକ୍ରବାର ରାତିରେ ପାଣି ବନ୍ଦ କରିବାକୁ ଧମକ ଦେଇଥିଲେ ପମ୍ପ ଡ୍ରାଇଭର l ଆଜି(ଶନିବାର) ସକାଳୁ ପାଣି ଛାଡିନଥିଲା । ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପମ୍ପ ଡ୍ରାଇଭରର ଏଭଳି କାର୍ଯ୍ୟରେ ଅତିଷ୍ଠ ହୋଇ ଗାଁର ମହିଳା ଓ ପୁରୁଷମାନେ ଏକାଠି ହୋଇଥିଲେ । ମହିଳାମାନେ ଗାଁ ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ପମ୍ପ ଡ୍ରାଇଭର ନିଜ ଭୁଲ ସ୍ୱୀକାର କରିବା ସହ ଲୋକଙ୍କ ଠାରୁ ନେଇଥିବା ଚାନ୍ଦା ଟଙ୍କା ଫେରାଇଥିଲେ । ଏହା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ତେବେ ଏହାର ତଦନ୍ତ ସହିତ ପମ୍ପ ଡ୍ରାଇଭରକୁ ବହିଷ୍କାର କରି ନୂତନ ଡ୍ରାଇଭର ନିଯୁକ୍ତି ଓ କମିଟି ଗଠନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.