ETV Bharat / state

ବ୍ରହ୍ମପୁରରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାରହିବ: ଏସପି

author img

By

Published : Jul 14, 2020, 10:06 AM IST

Updated : Jul 14, 2020, 12:19 PM IST

ବ୍ରହ୍ମପୁର ସହରରେ ଏଣିକି କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ହିଁ ଖୋଲା ରହିବ । ଏହାଛଡା ସହରରେ ରହିଥିବା ସମସ୍ତ ସପିଙ୍ଗ ମଲ୍ ଠାରୁ ଆରମ୍ଭ କରି ଲୁଗା ଦୋକାନ ଏବଂ ସୁନା ଦୋକାନ ଭଳି ସମସ୍ତ ଦୋକାନବଜାର ବନ୍ଦ ରହିବ ।

ବ୍ରହ୍ମପୁରରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ହିଁ ଖୋଲା ରହିବ: ବ୍ରହ୍ମପୁର ଏସପି
ବ୍ରହ୍ମପୁରରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ହିଁ ଖୋଲା ରହିବ: ବ୍ରହ୍ମପୁର ଏସପି

ବ୍ରହ୍ମପୁର: ସହରରେ ଗତ 5 ଦିନିଆ ସଟଡାଉନ ଖୋଲାଯିବା ପରେ ସହରରେ ଏଣିକି କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ହିଁ ଖୋଲା ରହିବ । ଏହାଛଡା ସହରରେ ରହିଥିବା ସମସ୍ତ ସପିଙ୍ଗ ମଲ୍ ଠାରୁ ଆରମ୍ଭ କରି ଲୁଗା ଦୋକାନ ଏବଂ ସୁନା ଦୋକାନ ଭଳି ସମସ୍ତ ଦୋକାନବଜାର ବନ୍ଦ ରହିବ । ମୁଖ୍ୟତଃ ବ୍ରହ୍ମପୁର ସହରରେ କୋରାନା ସଂକ୍ରମଣ ବହୁ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ ଶେଷରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ହିଁ ଖୋଲା
ଫଟୋ ସୌଜନ୍ୟ:ଟ୍ବିଟର@BrahmapurCorp

ଜନସାଧାରଣଙ୍କ ଏନେଇ ସହଯୋଗ ନମିଳିଲେ ପୋଲିସ ପକ୍ଷରୁ ଗ୍ରହଣ କରାଯିବାକୁ ରହିଥିବା ନୂତନ ନିୟମ କାର୍ଯ୍ୟକାରୀ କରିବାରେ ସଫଳ ହୋଇପାରିବ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର । ଏଭଳି ସମୟରେ ବ୍ରହ୍ମପୁର ସହରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଭଳି ସମୟରେ ବର୍ତ୍ତମାନ ସହରର ସମସ୍ତ ବଜାରରେ ସାମାଜିକ ଦୂରତ୍ବ ପାଳନ ନିୟମକୁ ଖିଲାପ କଲେ କିମ୍ବା କୌଣସି ବ୍ୟକ୍ତି ମାସ୍କ ନପିନ୍ଧିଲେ ପୋଲିସ ପକ୍ଷରୁ କୋଠର ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଣୁ ଏଭଳି ସମୟରେ ସମସ୍ତଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ ଅନିବାର୍ଯ୍ୟ ବୋଲି କରାଯିବ ।

କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାରହିବ: ବ୍ରହ୍ମପୁର ଏସପି

ଏଥିସହ ସହରରେ ଅତିରିକ୍ତ ପୋଲିସ ଫୋର୍ସ ଓ ଅଧିକାରୀଙ୍କୁ ମୁତୟନ କରାଯିବ । ଏଥିସହ ସହରର ଯେଉଁ ଯେଉଁ ଭେଣ୍ଡିଂ ଜୋନରେ ସହରବାସୀଙ୍କ ବହୁତ ଭିଡ ହେଉଛି ଏବଂ ସେଠାରେ ସାମାଜିକ ଦୂରତ୍ବ କେହି ମାନୁନାହାନ୍ତି ସେଠାରେ ଏକ୍ସେସ କଣ୍ଟ୍ରୋଲ ପାଇଁ ବୋର୍ଡ ଲାଗିବା ସହ ଭେଣ୍ଡିଙ୍ଗ ଜୋନକୁ ବନ୍ଦ କରିବାକୁ ସ୍ଥିର କରାଯାଇଛି । ମୁଖ୍ୟତଃ ରାସ୍ତା କଡରେ ମାଛ ଓ ମାସଂ ବିକ୍ରି କରୁଥିବା ବ୍ୟବସାୟୀ ମାନେ ଏଣିକି ବିକ୍ରି କଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 14, 2020, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.