ETV Bharat / state

ଦାରିଙ୍ଗବାଡି ଘାଟିରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Dec 19, 2022, 1:03 PM IST

ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଘାଟିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

dead body found from valley
dead body found from valley

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ: ଦାରିଙ୍ଗବାଡି ଘାଟିରେ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଭଞ୍ଜନଗର ଥାନା ଭେଜିପୁଟ ଅଞ୍ଚଳର ହିତେନ ସ୍ବାଇଁ ବୋଲି ଜଣା ପଡ଼ିଛି ।

ସୂଚନା ଅନୁଯାୟୀ, ଯୁବକ ଜଣକ ପୂର୍ବରୁ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ଗତ ଡିସେମ୍ବର 13 ତାରିଖ ଦିନ ଭଞ୍ଜନଗର ଥାନାରେ ଏକ ଅଭିଯୋଗ କରିଥିଲେ । ପୋଲିସ ଘଟଣାରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୌଣସି ଖୋଜ ଖବର ପାଇ ପାରିନଥିଲା । କିନ୍ତୁ ରବିବାର ସୋରଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଘାଟିର 9 ନମ୍ବର ବୁଲାଣି ନିକଟରେ ମୃତଦେହ ପଡ଼ିଥିବା ନେଇ ପୋଲିସ ଖବର ପାଇଥିଲା ।

ଖବର ପାଇ ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ଓ ସୋରଡ଼ା ଥାନା ପୋଲିସ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛନ୍ତି । ପ୍ରାଥମିକ ତଦନ୍ତ ପରେ ଯୁବକ ଜଣଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ସେହିପରି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି କହିଛି ପୋଲିସ ।

ଇଟିଭି ଭାରତ,ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.