ETV Bharat / state

ଟିକସ ଆଦାୟ କମ କରିବାକୁ ନିଗମ କମିଶନରଙ୍କୁ ଦାବିପତ୍ର

author img

By

Published : Jan 28, 2021, 9:27 AM IST

ବ୍ରହ୍ମପୁର ସହରରେ ମାତ୍ରଧିକ ଟିକସ ଆଦାୟକୁ ନେଇ ପ୍ରତିବାଦ କରିଛି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ । ଅଧିକ ପଢନ୍ତୁ...

ମାତ୍ରାଧିକ ଟିକସ ଆଦାୟକୁ ବିରୋଧ
ମାତ୍ରାଧିକ ଟିକସ ଆଦାୟକୁ ବିରୋଧ

ବ୍ରହ୍ମପୁର: ମାତ୍ରାଧିକ ଟିକସ ଆଦାୟକୁ ବିରୋଧ । ବ୍ରହ୍ମପୁର ସହରରେ ମାତ୍ରାଧିକ ଟିକସ ଆଦାୟକୁ ବିରୋଧ କରି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବା ସହିତ ମହାନଗର ନିଗମ କମିଶନରଙ୍କୁ ସ୍ମାରକୀପତ୍ର ପ୍ରଦାନ କରାଯାଇଛି ।

ସହରରେ ମାତ୍ରାଧିକ ଘର ଟିକସ , ୟୁଜର୍ସ ଫି ଓ ପାର୍କ ପ୍ରବେଶ ଶୁଳ୍କ ବୃଦ୍ଧି କରିବାକୁ ନେଇ ଆଇଏନଟୁୟୁସି ପକ୍ଷରୁ ପ୍ରତିବାଦ କରାଯିବା ସହିତ ମହାନଗର ନିଗମ କମିଶନରଙ୍କୁ ଟିକସର ମାତ୍ରା କମ କରିବାକୁ ଦାବି ହୋଇଛି । ପୌର ସଂସ୍ଥାର ନୂଆନୀତି ଅନୁଯାୟୀ ଘର ଟିକସ ସର୍ବନିମ୍ନ ୬୦୦ ଟଙ୍କାରୁ ଆରମ୍ଭ କରାଯାଉଛି । ଏହା ସହ ପୁରୁଣା ଘର ଗୁଡିକର ଟିକସ ପ୍ରାୟ ଶହେ ଗୁଣ ବୃଦ୍ଧି କରାଯାଇଛି । ଯାହାକି ସାଧାରଣ ଜନତା ପୌର ସଂସ୍ଥାରେ ନିଜର ଗୃହ ଟିକସ ପୈଠ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ପ୍ରତ୍ୟେକ ଘରୁ ୟୁଜର୍ସ ପିଂ ନାମରେ ମାସିକ ୩୦ ଟଙ୍କାରୁ ଆରମ୍ଭ କରି ଏକ ହଜାର ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଘରୋଇ ଓ ବ୍ୟବସାୟିକ ପ୍ରତିଷ୍ଠାନରୁ ଆଦାୟ କରିବାକୁ ଘୋଷଣା କରାଯାଇଛି । ଯାହାକି ସଂପୂର୍ଣ୍ଣ ଭାବରେ ବେଆଇନ ବୋଲି କୁହାଯାଇଛି । ଏପରିକି ସହରର ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ଉଦଘାଟନ ପରେ ୧୦ ଟଙ୍କା ଶୁଳ୍ପ ଆଦାୟ କରାଯାଉଥିବା ବେଳେ ସହରରେ ଅନ୍ୟ କୌଣସି ମନୋରଞ୍ଜନ ସୁବିଧା ନଥିବା ନେଇ ଏଭଳି ଆଦାୟକୁ ନେଇ ପ୍ରତିବାଦ ହୋଇଛି ।

ରାଜ୍ୟର ପ୍ରମୁଖ ଦୁଇ ସହର କଟକ ଓ ଭୁବନେଶ୍ବରରେ ଘର ଟିକସ ବୃଦ୍ଧି ହୋଇନଥିବା ବେଳେ ବ୍ରହ୍ମପୁର ସହରରେ ଘର ଟିକସକୁ ବୃଦ୍ଧି କରାଯିବା ନେଇ ପ୍ରଶ୍ନ ଉଠୁଛି । ସହିତ ସାତ ଦିନ ମଧ୍ୟରେ ଏଥିପ୍ରତି ପଦକ୍ଷେପ ନିଆ ନଗଲେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି କହିଛି ଆଇଏନଟିୟୁସି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.