ETV Bharat / state

ରାଗିଂ ଘଟଣା ପରେ ଚେତିଲା ପ୍ରଶାସନ, ଆକ୍ସନ ମୋଡ୍‌ରେ ବ୍ରହ୍ମପୁର ପୋଲିସ

author img

By

Published : Nov 23, 2022, 11:03 PM IST

ବ୍ରହ୍ମପୁରରେ ଦୁଇଦୁଇଟି କଲେଜ୍‌ରେ ରାଗିଂ ଅଭିଯୋଗ ଆସିବା ପରେ ଆଜି ବ୍ରହ୍ମପୁର ଏସ୍‌ପିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନ ହୋଇଥିଲା । ଅଧିକ ପଢ଼ନ୍ତୁ

Berhampur SP hold a important meeting after ragging allegation from several college
ରାଗିଂ ଘଟଣା ପରେ ଚେତିଲା ପ୍ରଶାସନ, ଆକ୍ସନ ମୋଡ୍‌ରେ ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ଏସ୍‌ପିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ରହିଥିବା ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଆଣ୍ଟି ରାଗିଂ କମିଟିର ଅଧିକାରୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ (ragging allegation from several college)। ବ୍ରହ୍ମପୁରରେ ଦୁଇ ଦୁଇଟି କଲେଜ୍‌ରେ ରାଗିଂ ଅଭିଯୋଗ ଆସିବା ପରେ ଆଜି ବ୍ରହ୍ମପୁର ଏସ୍‌ପିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନ ହୋଇଥିଲା ।

ରାଗିଂ ଘଟଣା ପରେ ଚେତିଲା ପ୍ରଶାସନ, ଆକ୍ସନ ମୋଡ୍‌ରେ ବ୍ରହ୍ମପୁର ପୋଲିସ

ରାଗିଂ ଅଭିଯୋଗ ପରେ ବ୍ରହ୍ମପୁର ପୋଲିସ ଜିଲ୍ଲା ମୁଖ୍ୟାଳୟରେ ୨୯ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ କେତେକ ମହାବିଦ୍ୟାଳୟର ଆଣ୍ଟି ରାଗିଂ କମିଟି କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତ୍ୟେକ କଲେଜରେ ଆଣ୍ଟି ରାଗିଂ କମିଟି ରହିବ । ଉକ୍ତ କମିଟି ସକ୍ରିୟ ରହିବା ସଙ୍ଗେସଙ୍ଗେ ସହ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ସହିତ ମହାବିଦ୍ୟାଳୟକୁ ଆସୁଥିବା କନିଷ୍ଠ ଛାତ୍ରଛାତ୍ରୀଙ୍କ ଯୋଗାଯୋଗ ନମ୍ବର କମିଟି ପାଖରେ ଉପଲବ୍ଧ ରହିବ । ଆଜିର ବୈଠକରେ ଏହାର ଆବଶ୍ୟକତା ସମ୍ପର୍କର ଅବଗତ କରାଯାଇଛି ।

କୌଣସି ଛାତ୍ର ବା ଛାତ୍ରୀଙ୍କୁ ରାଗିଂ କରାଗଲେ ପ୍ରଥମେ ଆଣ୍ଟି ରାଗିଂ କମିଟି ପାଖରେ ସୂଚନା ରହିବା ଆବଶ୍ୟକ । କୌଣସି ରାଗିଂ ସମ୍ପର୍କରେ କୌଣସି ରିପୋର୍ଟ କରାଗଲେ ତାହାକୁ ମହାବିଦ୍ୟାଳୟର ଆଣ୍ଟିରାଗିଂ କମିଟି କିପରି ତଦନ୍ତ କରି କାର୍ଯ୍ୟନୁଷ୍ଠାନ କରିବେ ତାହାକୁ ନେଇ ଆଲୋଚନା ହୋଇଛି । ତଦନ୍ତ ବେଳେ ଯଦି କୌଣସି ଅପରାଧିକ କାର୍ଯ୍ୟ ଦେଖିବାକୁ ପାଆନ୍ତି ତେବେ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନେ ଏହାକୁ ତୁରନ୍ତ ସ୍ଥାନୀୟ ପୋଲିସକୁ ଅବଗତ କରିବେ । ଏହାକୁ ନେଇ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ସ୍ବତନ୍ତ୍ର ପୋଲିସ ଅଧିକାରୀମାନେ ପର୍ଯ୍ୟାୟକ୍ରମେ ବିଭିନ୍ନ ମହାବିଦ୍ୟାଳୟ ପରିଦର୍ଶନ କରି ଏନେଇ ଆହୁରି ଅଧିକ ସଚେତନତା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.