ETV Bharat / state

ଚୋରା ସୁନା କାରାବାର ରାକେଟର ପର୍ଦ୍ଦାଫାସ କଲା ପୋଲିସ, 4 ଗିରଫ

author img

By ETV Bharat Odisha Team

Published : Oct 3, 2023, 10:50 PM IST

ଚୋରା ସୁନା ଅଳଙ୍କାରକୁ ବନ୍ଧକ ରଖି ଲକ୍ଷ ଲକ୍ଷ ଟଙ୍କା ଉଠାଉଥିବା ଗ୍ୟାଙ୍ଗକୁ କାବୁ କଲା ପୋଲିସ । 2728 ଗ୍ରାମ ସୁନା ସମେତ 4 ଗିରଫ । ଅଧିକ ପଢନ୍ତୁ

ଚୋରି ସୁନା ଅଳଙ୍କାରକୁ ବନ୍ଧକ ରଖି ଲକ୍ଷଲକ୍ଷ ଟଙ୍କା ସ୍କାମ କରୁଥିଲା ଗ୍ୟାଙ୍ଗ
ଚୋରି ସୁନା ଅଳଙ୍କାରକୁ ବନ୍ଧକ ରଖି ଲକ୍ଷଲକ୍ଷ ଟଙ୍କା ସ୍କାମ କରୁଥିଲା ଗ୍ୟାଙ୍ଗ

ଚୋରି ସୁନା ଅଳଙ୍କାରକୁ ବନ୍ଧକ ରଖି ଲକ୍ଷଲକ୍ଷ ଟଙ୍କା ସ୍କାମ କରୁଥିଲା ଗ୍ୟାଙ୍ଗ

ବ୍ରହ୍ମପୁର: ଚୋରି ସୁନାକୁ ନେଇ ଚାଲିଥିବା ବଡଧରଣର କାରବାରର ପର୍ଦ୍ଦାଫାସ କଲା ବ୍ରହ୍ମପୁର ପୋଲିସ । ଏପରି ଏକ ଠକେଇ ଗ୍ୟାଙ୍ଗ୍‌କୁ କାବୁ କରି 2.700 କିଲୋ ସୁନା, 26 ଲକ୍ଷ ଟଙ୍କା ସହ 4 ଜଣ ଗିରଫ କରିଛି ପୋଲିସ । ଗତ କିଛି ମାସ ଧରି ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଚୋରି କରି ସେହି ସୁନାକୁ ଘରୋଇ ଫାଇନାସ୍ସ ସଂସ୍ଥାର ମ୍ୟାନେଜରଙ୍କ ସହାୟତାରେ ବନ୍ଧକ ରଖୁଥିଲେ ।

ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ୍ କହିଛନ୍ତି,"ବ୍ରହ୍ମପୁର ସହର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ବିଜୟ ବିହାର ତୃତୀୟ ଲାଇନ୍ରେ ରହୁଥିବା କାଳୀଚରଣ ପଣ୍ଡାଙ୍କ ଘର ଗତ 20 ତାରିଖ ବିଳମ୍ୱିତ ରାତ୍ରରେ ଚୋରି ହୋଇଥିଲା । ଏହି ଘଟଣାରେ ସନିଆ ଗୌଡ ନାମକ ଅଭିଯୁକ୍ତକୁ କାବୁ କରିଥିଲା ପୋଲିସ । ଏହାପରେ ଘଟଣାକୁ ନେଇ ଅଧିକ ତଦନ୍ତ ପରେ ଏହି ବଡ଼ ସ୍କାମ ସାମ୍ନାକୁ ଆସିଥିଲା । ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାରକୁ ନେଇ ବନ୍ଧକ ରଖି ଅର୍ଥ କାରବାର ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ସାନବଜାର ଛକରେ ରହିଥିବା ମୁଠୁଡ୍ ଫାଇନାସର ମ୍ୟାନେଜର ମୋହନ ପାଢୀକୁ ଗିରଫ କରାଯାଇ ପଚରାଉଚରା କରାଯାଇଥିଲା । ଏଥିସହ ପୋଲିସର ତଦନ୍ତ ସମୟରେ ଏଭଲି ଚୋରି ସୁନାକୁ ତରଳାଇ ବିକ୍ରି କରାଯାଉଥିବା ଘଟଣା ମଧ୍ୟ ସାମ୍ନାକୁ ଅସିଥିଲା । ଯାହାକୁ ନେଇ ବିରାଜ ଗୋଲ୍ଡ ଏବଂ ଟେଷ୍ଟିଂ ସେଣ୍ଟରର ମ୍ୟାନେଜର ସନ୍ତୋଷ ଗାଏକୱାର୍ଡ ଏବଂ ଚୋରି ସୁନାକୁ ରଖି ଆସୁଥିବା ସୁରେନ୍ଦ୍ର ମହାପାତ୍ରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରା ପରେ ସେମାନଙ୍କ ନିକଟରୁ 2728 ଗ୍ରାମ ସୁନା ସମେତ 400 ଗ୍ରାମ ରୂପା ଏବଂ ନଗଦ 26 ଲକ୍ଷ 38 ହଜାର 5 ଶହ ଟଙ୍କା ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ସୌରୀନ ଭଟ୍ଟଙ୍କୁ ମିଳିବନି ଜାମିନ୍‌ ! NBW ପାଇଁ ଆବେଦନ କଲା କମିଶନରେଟ ପୋଲିସ

ତେବେ ଗିରଫ ସନିଆ ଗୌଡର ଘର ସହରର ବଡବଜାର ଥାନା ଅନ୍ତର୍ଗତ ପୁରୁଣା ବର୍ହ୍ମପୁର ନୀଳାଞ୍ଚଳ ସାହି ହୋଇଥିବା ବେଳେ ସେ ପ୍ରାୟ 15ରୁ ଊର୍ଦ୍ଧ୍ୱ ମାମାଲାରେ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଏପରି ଏକ ବଡ଼ ଧରଣର ଚୋରି ଗ୍ୟାଙ୍ଗର 4 ଜଣଙ୍କୁ ଗିରଫ କରିଥିବା ନିମଖଣ୍ଡି ଥାନାଧିକାରୀ ,ଏସ୍.ଡି.ପି.ଓଙ୍କ ସମେତ ପୋଲିସ ଟିମର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

ଇଟିଭି ଭାରତ ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.