ETV Bharat / state

ଭସାଣି ପାଇଁ ବ୍ରହ୍ମପୁରରେ ବ୍ୟାପକ ବ୍ୟବସ୍ଥା

author img

By

Published : Sep 5, 2019, 12:05 PM IST

ବ୍ରହ୍ମପୁର ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ କରାଯାଉଛି ବିଘ୍ନରାଜ ଗଜାନନଙ୍କ ପୂଜା । ବ୍ରହ୍ମପୁର ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଉଦ୍ୟମରେ ଭସାଣି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର

ବ୍ରହ୍ମପୁର : ରେଶମ ସହର ବ୍ରହ୍ମପୁରର ବିଭିନ୍ନ ପୂଜା ମଣ୍ଡପରେ ବିଘ୍ନରାଜ ଗଜାନନଙ୍କ ପୂଜା ଚାଲିଥିବାବେଳେ ପ୍ରଶାସନ ପକ୍ଷରୁ ଭସାଣି ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।

ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ କରାଯାଉଥିବା ପୂଜା ଶେଷ ପରେ ସ୍ଥାନୀୟ ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଉଦ୍ୟମରେ ବିଗତ ବର୍ଷ ମାନଙ୍କରେ ହୋଇଥିବା ଚାରୋଟି ଅସ୍ଥାୟୀ ପୋଖରୀରେ ହିଁ ମୂର୍ତ୍ତି ଗୁଡିକ ବିସର୍ଜନ କରାଯିବାକୁ ପରାମର୍ଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ସହରରେ ରହିଥିବା ବଡ ମେଢ ଗୁଡିକ କେଉଁ ଦିନ ବିସର୍ଜନ କରିବେ, ସେ ନେଇ ତାରିଖ ସ୍ଥିର ହେଲେ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ରେଶମ ସହର ବ୍ରହ୍ମପୁର ର ବିଭିନ୍ନ ପୁଜା ମଣ୍ଡପରେ ବିଘ୍ନରାଜ ଗଜାନନ ଙ୍କ ପୁଜା ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଭଷାଣୀ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ସହରର ବିଭିନ୍ନ ପୁଜା କମିଟି ପକ୍ଷରୁ କରାଯାଉଥିବା ପୁଜା ଶେଷ ପରେ ସ୍ଥାନୀୟ ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଉଦ୍ୟମରେ ବିଗତ ବର୍ଷ ମାନଙ୍କରେ ହୋଇଥିବା ଚାରୋଟି ଅସ୍ଥାୟୀ ପୋଖରୀରେ ହିଁ ମୂର୍ତ୍ତୀ ଗୁଡିକ ବିସର୍ଜନ କରାଯିବାକୁ ପରାମର୍ଶ ଦିଆଯାଇଛି । ଏପରିକି ସହରରେ ରହିଥିବା ବଡ ମେଢ ଗୁଡିକ କେଉଁ ଦିନ ବିସର୍ଜନ କରିବେ ସେ ନେଇ ତାରିଖ ସ୍ଥିର ହେଲେ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ।

Body:ବାଇଟ୍-ସିନ୍ଧେ ଦତ୍ତାତ୍ରୟ ଭାଉସାହେବ(ଉପଜିଲ୍ଲାପାଳ-ବ୍ରହ୍ମପୁର)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:ବି.ଦ୍ର-ଭିଜୁଆଲ ଏବଂ ବାଇଟ୍ ମୋଜୋ ରେ ଏଡିଟିଙ୍ଗ୍ କରି ପଠାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.