ETV Bharat / state

ସୋମବାର ଠାରୁ ଜୁଲାଇ 31 ଯାଏଁ ବନ୍ଦ ରହିବ ଗଜପତି

author img

By

Published : Jul 19, 2020, 1:34 PM IST

ଜିଲ୍ଲାରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଯାହାକୁ ନେଇ ଚିନ୍ତାରେ ପ୍ରଶାସନ । ଜିଲ୍ଲାରେ ପୁଣି ଲାଗୁ ହେଲା ଲକଡାଉନ । ଅଧିକ ପଢନ୍ତୁ...

ସୋମବାର ଠାରୁ ଜୁଲାଇ 31 ଯାଏ ବନ୍ଦ ରହିବ ଗଜପତି
ସୋମବାର ଠାରୁ ଜୁଲାଇ 31 ଯାଏ ବନ୍ଦ ରହିବ ଗଜପତି

ଗଜପତି: ଜିଲ୍ଲାରେ ଦିନକୁ ଦିନ କୋରନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଏହା ଉପରେ ରୋକ ଲଗାଇବା ପାଇଁ ସୋମବାର ଠାରୁ ଗଜପତି ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କଲା ଜିଲ୍ଲା ପ୍ରଶାସନ।

ସୋମବାର ଠାରୁ ଜୁଲାଇ 31 ଯାଏ ବନ୍ଦ ରହିବ ଗଜପତି

ମୁଖ୍ୟତଃ ପାରଳାଖେମୁଣ୍ଡି ମୁନିସିପାଲିଟି, କାଶୀନଗର ଏନଏସି ଏବଂ ଜିଲ୍ଲାର 7ଗୋଟି ବ୍ଲକର ହେଡକ୍ବାଟରକୁ ସୋମବାର ଠାରୁ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ସମସ୍ତ ବ୍ଲକ ମୁଖ୍ୟାଳୟ ଏବଂ ସହରାଞ୍ଚଳରେ ସକାଳ ୭ ରୁ ଦିନ ୨ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ହେବ। ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.