ETV Bharat / state

ଚିଲିକା ଓ ଭିତରକନିକାରେ ଡଲଫିନ୍ ଗଣନା

author img

By ETV Bharat Odisha Team

Published : Jan 20, 2024, 10:33 AM IST

Updated : Jan 20, 2024, 11:23 AM IST

Dolphin Census: ଆଜିଠୁ ଚିଲିକା ଓ ଭିତରକନିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଭିତରକନିକାରେ ସୋମବାର ଯାଏଁ ଚାଲିବ ଗଣନା କାର୍ଯ୍ୟ । ଅଧିକ ପଢନ୍ତୁ

Dolphin census
ଡଲଫିନ ଗଣନା
ଭିତରକନିକା ଡଲଫିନ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା: ଆଜି ଚିଲିକା ଓ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ଡଲଫିନ ଗଣନା । ସକାଳ ୬ଟାରୁ ଗଣତି ଆରମ୍ଭ ହୋଇଛି । ଭିତରକନିକା, ଗହୀରମଥା ଓ କୁଜଙ୍ଗରେ ଆଜିଠୁ ଆସନ୍ତା ୨୨ ତାରିଖ(ସୋମବାର) ପର୍ଯ୍ୟନ୍ତ ୩ ଦିନ ଧରି ଡଲଫିନ ଗଣନା କରାଯିବ । ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ମଧ୍ୟରେ ଥିବା କ୍ରିକ ଓ ନଦୀରେ ଗଣନା ହେବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡଲଫିନ ଗଣନା ପାଇଁ ୯ଟି ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୩ରୁ ୫ଜଣ ଗଣନାକାରୀ ସାମିଲ ହୋଇଥିବା ବେଳେ ସମୁଦ୍ର ମଧ୍ୟରେ ୫ଟି ଟିମ ଏବଂ ନଦୀ ଓ କ୍ରିକରେ ୪ଟି ଟିମ ଡଲଫିନ ଗଣନା କରିବେ ।

ଗଣନା ସମୟରେ ବାଇନାକୁଲାର, ଜିପିଏସ, କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ୟବହାର କରାଯିବ । ଏହି ଗଣନା ସକାଳ ୬ଟାରୁ ଆରମ୍ଭ ହୋଇ ପାଖାପାଖି ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ରାଜନଗର ବନଖଣ୍ଡ ଅଧିନରେ ଆସୁଥିବା ୫ଟି ରେଞ୍ଜର ୯ଟି ସ୍ଥାନରେ ଏହି ଗଣନା କରାଯିବ । ଭିତରକନିକା ସଂଲଗ୍ନ ନଦୀ, କ୍ରିକ ଓ ସମୁଦ୍ରରେ ୫ ପ୍ରଜାତିର ଯଥା ଇରାୱାଡି, ବଟଲନୋଜ, ହମ୍ପବ୍ୟାକ, ଫିନ୍ଲେସ ପାରିପଏସ ଓ ଗାଙ୍ଗଟିକ ପ୍ରଜାତିର ଡଲଫିନ ଦେଖାଯାଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ: ଖୁସି ଖବର ଦେଲା ଭିତରକନିକା, ବଢିଛି କୁମ୍ଭୀର ସଂଖ୍ୟା

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ରୁ ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି । ବନ ବିଭାଗ ତଥ୍ୟ ଅନୁଯାୟୀ, ୨୦୧୯ ମସିହାରେ ମୋଟ ୧୧୨ଟି, ୨୦୨୦ରେ ମୋଟ ୬୨ଟି, ୨୦୨୧ରେ ୩୪୨ଟି ଏବଂ ୨୦୨୨ରେ ୫୫୦ଟି ଡଲଫିନ ଗଣନା କରାଯାଇଥିଲା । ୨୦୨୨ରେ ସାରା ଓଡ଼ିଶାରେ ୭୩୩ଟି ଡ଼ଲଫିନ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ଜାତୀୟ ଉଦ୍ୟାନରେ ୫୫୦ଟି ଡ଼ଲଫିନ ଚିହ୍ନଟ ହେବା କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା ଓ ଭିତରକନିକା ପାଇଁ ଗୌରବ ଆଣିଦେଇଥିଲା । ତେବେ ଗତକାଲି ଏହି ଗଣନା କାର୍ଯ୍ୟ ସମ୍ପାଦନ ପାଇଁ ତାଲିମ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ଟିମଗୁଡିକ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ସେହିପରି ଆଜି ସକାଳ ୬ଟାରୁ ଚିଲିକାରେ ଡଲଫିନ ଗଣତି ଆରମ୍ଭ ହୋଇଛି । ଏହି ଗଣନା କାର୍ଯ୍ୟରେ ୧୮ଟି ଟିମ ସାମିଲ ହୋଇଛନ୍ତି । ପ୍ରତି ଟିମରେ ୮ରୁ ୧୦ ଜଣ ସଦସ୍ୟ ରହିଛନ୍ତି । ଭିଡିଓଗ୍ରାଫି, ଫଟୋଗ୍ରାଫି ବାଇନାକୁଲାର ଏବଂ ଜିପିଏସ ଦ୍ବାରା ଗଣନା କରାଯାଉଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Jan 20, 2024, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.