ETV Bharat / state

ଜିଏମ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ, ୬ ଶ୍ରମିକ ଆହତ

author img

By ETV Bharat Odisha Team

Published : Aug 31, 2023, 7:42 AM IST

Updated : Aug 31, 2023, 1:42 PM IST

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର-ପରଜଙ୍ଗ ଥାନା କୁଲେଇ ସ୍ଥିତ ଜିଏମ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ । ୬ ଶ୍ରମିକ ଆହତ । ଅଧିକ ପଢନ୍ତୁ

ଜିଏମ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ
ଜିଏମ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ

several workers injured

ଢେଙ୍କାନାଳ: ପ୍ଲାଣ୍ଟରେ ବିସ୍ଫୋରଣ । ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର-ପରଜଙ୍ଗ ଥାନା କୁଲେଇ ସ୍ଥିତ ଜିଏମ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି । ଗତକାଲି ପ୍ଲାଣ୍ଟର ୩ ନଂ ଫର୍ନେସ ବ୍ଲାଷ୍ଟ ହୋଇଥିବା ବେଳେ ୬ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଅନୁଗୋଳ ଜିଲ୍ଲାର ବଅଁରପାଳ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆହତ ଶ୍ରମିକ ମାନେ ହେଲେ ବିମ୍ବାଧର ବେହେରା, ଆଦିତ୍ୟ ଭୂତିଆ, ମନୋଜ କେସି, ଚିନ୍ମୟ ମହାକୁଡ, ସୁଶୀଲ ଓ ବିରେନ୍ଦ୍ର ଧଳ ବୋଲି ଜଣାପଡିଛି । ଅନ୍ୟପଟେ ଘଟଣାକୁ ଚପାଇ ଦେବାକୁ ପ୍ଲାଣ୍ଟ ମୁଖ୍ୟ ଫାଟକରେ କମ୍ପାନୀ କର୍ତ୍ତୃପକ୍ଷ ତାଲା ପକାଇଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଗତକାଲି(ବୁଧବାର) ଅପରାହ୍ନରେ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଥିଲା । ସମସ୍ତ ଆହତ ଶ୍ରମିକମାନଙ୍କୁ କମ୍ପାନୀର ନିଜ ଗାଡିରେ ମେଡିକାଲକୁ ନେଇଯାଇଥିଲା । ତେବେ ଘଟଣାର ସୂଚନା ପାଇ କାମାକ୍ଷାନଗର ଏସଡିପିଓ, ପର୍ଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କମ୍ପାନୀ ଭିତରକୁ ଏକ ଜେସିବି ମେସିନ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା । ତେଣୁ କିଛି ବଡ ଧରଣର ଅଘଟଣ ଘଟିଥିବା ଅନୁମାନ କରାଯାଉଛି । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାଁନ୍ତି ।

ପ୍ରକାଶ ଥାଉକି, ଗତ ଜୁନ ମାସରେ କଣ୍ଟାବଣିଆ ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଷ୍ଟିମ ପାଇପ୍ ଲାଇନ୍ ଫାଟି ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ ପ୍ଲାଣ୍ଟରେ କାର୍ଯ୍ୟରତ ପ୍ରାୟ ୧୯ ଜଣ କର୍ମଚାରୀ ଗୁରୁତର ହୋଇଥିଲେ । ଏନେଇ ୧୯ ଗୁରୁତରଙ୍କୁ କଟକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ- Mishap at Steel Plant: ଟାଟା ଷ୍ଟିଲ ପ୍ଲାଣ୍ଟରେ ଷ୍ଟିମ୍ ପାଇପ ଫାଟି ୧୯ ଗୁରୁତର

ତେବେ ଗ୍ୟାସ ଲିକ୍‌ ହେବା ପରେ ପ୍ଲାଣ୍ଟରେ ଷ୍ଟିମ ପାଇପ ଫାଟିଯିବାରୁ ବିସ୍ଫୋରଣ ଘଟିଥିଲା । ସେଠାରେ କାର୍ଯ୍ୟରତ ଥିବା କିଛି ଶ୍ରମିକ ଓ ଇଞ୍ଜିନିୟର ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ଉପରେ ଗରମ ପାଣି ପଡ଼ିଯିବାରୁ କାର୍ଯ୍ୟରତ କର୍ମଚାରୀଙ୍କ ଦେହ କିଛି ମାତ୍ରାରେ ପୋଡ଼ି ଯାଇଥିଲା । ଏନେଇ ଗୁରୁତର ଥିବା ୧୯ କର୍ମଚାରୀଙ୍କୁ ସଙ୍ଗେ ସଙ୍ଗେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତରମାନଙ୍କୁ ପ୍ଲାଣ୍ଟ ଭିତରେ ଥିବା ମେଡିକାଲ ଟିମ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ କଟକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Aug 31, 2023, 1:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.