ETV Bharat / state

ଡାକ୍ତରଖାନାରେ ଅଭାବନୀୟ ଘଟଣା, ଚିକିତ୍ସାରେ ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ

author img

By

Published : Aug 22, 2020, 6:38 AM IST

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ । ଘଟଣାକୁ ନେଇ ପ୍ରସୂତି ମହିଳାଙ୍କ ପରିବାର ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଛି ।

new born baby died in dhenkanal hospital
ଡାକ୍ତରଖାନାରେ ଅଭାବନୀୟ ଘଟଣା, ଚିକିତ୍ସାରେ ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ

ଢେଙ୍କାନାଳ: ଚିକିତ୍ସାରେ ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ନାଁରେ । ଏହି ଘଟଣାକୁ ନେଇ ପ୍ରସୂତି ମହିଳାଙ୍କ ପରିବାର ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇବା ସହ ହସ୍ପିଟାଲରେ ଭଙ୍ଗାରୁଜା କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସା ଅବହେଳା ନେଇ ବାରମ୍ବାର ଅଭିଯୋଗ ଉଠୁଛି। ଡାକ୍ତର ଓ କର୍ମଚାରୀ ମାନଙ୍କର ଅବହେଳାରୁ ଜଣେ ପ୍ରସୂତି ଡାକ୍ତରଖାନା ବାରଣ୍ଡାରେ ପ୍ରସବ କରିଥିଲେ ବି ଅସାବଧାନତା ହେତୁ ନବଜାତର ମୃତ୍ୟୁ ଘଟିଛି ।

ଡାକ୍ତରଖାନାରେ ଅଭାବନୀୟ ଘଟଣା, ଚିକିତ୍ସାରେ ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ

ଯାହାକୁ ନେଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରସୂତି ମହିଳାଙ୍କ ପରିବାର ଓ ସମର୍ଥକମାନେ ଡାକ୍ତରଖାନା ପ୍ରସୂତି ବିଭାଗର ଡୋର କାଚ ଭାଙ୍ଗି ଦେଇଛନ୍ତି । ଖବର ପାଇ ଟାଉନ ପୋଲିସ ପହଞ୍ଚି ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ସୂଚନା ମୁତାବକ, ଗଁନ୍ଦିଆ ଥାନା ଅନ୍ତର୍ଗତ କାବେରା ନିକଟସ୍ଥ ଚବସିଆ କୋଡା ଗ୍ରାମର ପ୍ରଶାନ୍ତ ଦେହୁରୀ ତାଙ୍କ ପତ୍ନୀ ସସ୍ମିଆ ଦେହୁରୀଙ୍କୁ ପ୍ରସୂତି ଜନିତ ଯନ୍ତ୍ରଣା ପାଇଁ ଶୁକ୍ରବାର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତି ହୋଇଥିଲେ ।

ଅନ୍ୟପଟେ ଏ ସମ୍ପର୍କରେ କର୍ମଚାରୀ ମାନଙ୍କର ଅବହେଳା ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।

ଢେଙ୍କାନାଳରୁ ଉର୍ମିଳା ପାତ୍ର ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.