ETV Bharat / state

ନବଜାତ ଶିଶୁପୁତ୍ରର ମୃତ୍ୟୁ ନେଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

author img

By

Published : Aug 8, 2020, 12:45 PM IST

Updated : Aug 8, 2020, 5:11 PM IST

ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା । ଢେଙ୍କାନାଳ ଟାଉନଥାନାରେ ପରିବାର ପକ୍ଷରୁ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା
ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା

ଢେଙ୍କାନାଳ: ଚିକିତ୍ସାରେ ଅବହେଳା କାରଣରୁ ନବଜାତ ଶିଶୁ ପୁତ୍ରର ମୃତ୍ୟୁ । ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଖୋଦ୍ ପ୍ରସୂତି ମହିଳା । ଶୁକ୍ରବାର ରାତି ପ୍ରାୟ 11ଟା ସମୟରେ ଢେଙ୍କାନାଳ ସହର କାରିଗର ସାହିର ଅଜୟ ବେହେରା ତାଙ୍କ ପତ୍ନୀ ପିଙ୍କି ବେହେରାଙ୍କୁ ପ୍ରସୂତି ଜନିତ ଯନ୍ତ୍ରଣା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କୁ ଇଞ୍ଜେକ୍ସନ ଦେଇ ସକାଳେ ପ୍ରସୂତି କରାଯିବ ବୋଲି କହିଥିଲେ ଡାକ୍ତର । ମାତ୍ର ରାତ୍ରି ପ୍ରାୟ 2ଟା ସମୟରେ ପ୍ରବଳ ଯନ୍ତ୍ରଣା ସତ୍ତ୍ବେ ନା ଡାକ୍ତର ନା ନର୍ସ କେହି ଆସିନଥିଲେ । ପରେ ମହିଳା ଜଣଙ୍କ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ତଥାପି କେହି ଚିକିତ୍ସା କରିବାକୁ ଆସିନଥିଲେ । ବହୁ ବିଳମ୍ବରେ ଆସିବା ବେଳକୁ ନବଜାତ ଶିଶୁଟି ପ୍ରାଣ ହରାଇଥିଲା । ଏଥିପାଇଁ ପ୍ରସୂତି ମହିଳାଙ୍କ ପରିବାର ପକ୍ଷରୁ ଡାକ୍ତର ଓ ନର୍ସଙ୍କ ଅବହେଳାକୁ ଦାୟୀ କରାଯାଇଛି ।

ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା

ଏ ସମ୍ପର୍କରେ ଟାଉନ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ଏପଟେ ପ୍ରସୂତୀଙ୍କ ପରିବାର ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସି ରହି ଏପରି ଅବହେଳା କରିଥିବା ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଡି ବସିଥିଲେ ଓ ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଥିଲା । ଏହାର ଖବର ପାଇ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ଜାରି ରଖିଛି ।

ଏହାର ତଦନ୍ତ କରାଯିବ ଓ ଅବହେଳା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଟାଉନ ପୁଲିସର ହସ୍ତକ୍ଷେପରେ ଉତ୍ତେଜନା ଥମିଛି । ମାତ୍ର ଏପରି ଅବହେଳା କରିଥିବା ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଢେଙ୍କାନାଳରେ ଦାବି ଜୋର ଧରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Aug 8, 2020, 5:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.