ETV Bharat / state

ହସ୍ପିଟାଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Aug 14, 2022, 7:48 AM IST

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଛାତରୁ ଡେଇଁ ଯୁବକର ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ପୁଣି ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ

ହସ୍ପିଟାଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ହସ୍ପିଟାଲ ଛାତରୁ ଡେଇଁ ଯୁହସ୍ପିଟାଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମବକଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ୫ମହଲା ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଯୁବବକଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ହସ୍ପିଟାଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୫ମହଲାରୁ ତଳକୁ ଏକ ଯୁବକ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଉକ୍ତ ବ୍ୟକ୍ତି ଜଣକ ପରଜଙ୍ଗ ଦଳିତ ବସ୍ତିର ଚନ୍ଦନ ନାୟକ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଚନ୍ଦନଙ୍କୁ ହସ୍ପିଟାଲର ସୁରକ୍ଷାକର୍ମୀମାନେ ଉଦ୍ଧାରକରି ପୁଣିଥରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ତେବେ କାହିଁକି ସେ ଏପରି ୫ମହଲାରୁ ତଳକୁ ଡେଇଁ ପଡିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନାଅନୁସାରେ, ଚନ୍ଦନ ଗତ କିଛି ଦିନ ହେଲା ନିଜ ଭଉଣୀ ଘର ଗଁନ୍ଦିଆରେ ରହୁଥିଲେ । ତେବେ ଶୁକ୍ରବାର ଚନ୍ଦନ ନିଜେହାତ ଓ ବେକ ଆଦି ବ୍ଲେଡ଼ରେ କାଟିଦେବାରୁ ଚିକିତ୍ସା ପାଇଁ ତାଙ୍କ ଭଉଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେ ହସ୍ପିଟାଲର ୫ମହଲା ସର୍ଜରୀ ୱାର୍ଡରେ ରହି ଚିକିତ୍ସିତ ହେଉଥିଲେ । ତେବେ ଶନିବାର ପାଖରେ ମାଆ ଓ ଭଉଣୀ ଅନୁପସ୍ଥିତି ସୁଯୋଗ ନେଇ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି । କାରଣ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ମାନସିକ ବିକୃତ ଯୋଗୁଁ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.