ETV Bharat / state

ଡାକ୍ତରଖାନାରେ ନିଘୋଡ଼ ନିଦ୍ରାରେ ଡାକ୍ତରବାବୁ, ଭିଡ଼ିଓ ଭାଇରାଲ

author img

By

Published : Oct 7, 2021, 5:14 PM IST

ଢେଙ୍କାନାଳରେ ଡାକ୍ତରଖାନାରେ ନିଘୋଡ଼ ନିଦ୍ରାରେ ଡାକ୍ତରବାବୁ । ରୋଗୀଙ୍କ ସେବା ପରିବର୍ତ୍ତେ କର୍ମସ୍ଥଳରେ କରୁଛନ୍ତି ଆରାମ । ଏହି ସମୟର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ରୋଗୀଙ୍କ ସେବା ବଦଳରେ ଶୋଇ ରହୁଛନ୍ତି ଡାକ୍ତର, ଭିଡ଼ିଓ ଭାଇରାଲ
ରୋଗୀଙ୍କ ସେବା ବଦଳରେ ଶୋଇ ରହୁଛନ୍ତି ଡାକ୍ତର, ଭିଡ଼ିଓ ଭାଇରାଲ

ଢେଙ୍କାନାଳ: ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବାର ସୁଧାର ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ମାତ୍ର ଏପଟେ କିଛି ଡାକ୍ତର କିନ୍ତୁ ବିନ୍ଦାସ । ଆଉ ରୋଗୀ ସେବା କଥା ପଚାରେ କିଏ । ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବା ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଠି ରୋଗୀ ସେବା ପରିବର୍ତ୍ତେ ଡାକ୍ତରବାବୁ ଡାକ୍ତରଖାନାରେ ଶୋଇ ରହିଥିବା ଦେଖିବାକୁ ମିଳିଛି ।

ଏହି ଡାକ୍ତରଖାନାରେ ଆଉଟ ଡୋର ଡ୍ୟୁଟିରେ ଥିବା ଡାକ୍ତର ଜଣଙ୍କ ନିଘୋଡ଼ ନିଦ୍ରାରେ ରହିଥିବାବେଳେ ରୋଗୀମାନେ ଚିକିତ୍ସା ପାଇଁ ଆସି ନିରାଶ ହେଉଛନ୍ତି । ଏପରିକି ଏହି ଡାକ୍ତରବାବୁଙ୍କୁ ଡାକ୍ତରଖାନାର ସୁରକ୍ଷା କର୍ମୀ ଉଠାଉଥିଲେ ମଧ୍ୟ ସେ ବହୁତ ସମୟ ପରେ ଉଠିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଡାକ୍ତରଙ୍କ ଏପରି ଅବସ୍ଥା ଦେଖି ହସ୍ପିଟାଲର ବ୍ୟବସ୍ଥାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି ।

ଡାକ୍ତରଖାନାରେ ନିଘୋଡ଼ ନିଦ୍ରାରେ ଡାକ୍ତରବାବୁ, ଭିଡ଼ିଓ ଭାଇରାଲ

ଉକ୍ତ ଡାକ୍ତରଙ୍କ ନାମ ଡ. ଅବନୀ ସାହୁ ବୋଲି ଜଣାପଡ଼ିଛି । ସେ ଆୟୁଷ ହୋମିଓପାଥିକ ଡାକ୍ତର । ରାଷ୍ଟ୍ରୀୟ ବଳ କାର୍ଯ୍ୟକ୍ରମ ଯୋଜନାରେ ନିଯୁକ୍ତି ପାଇଥିବା ଏହି ଆୟୁଷ ଡାକ୍ତର ଗଁନ୍ଦିଆ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ ଡୋରରେ କରୁଥିଲେ ଡ୍ୟୁଟି । ଯେହେତୁ ବର୍ତ୍ତମାନ ରାଜ୍ୟରେ ଆୟୁଷ ଡାକ୍ତରମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଅନ୍ୟ ଡାକ୍ତରୀ ସେବା ବର୍ଜନ କରିଛନ୍ତି । ତେଣୁ ଡାକ୍ତର ଖାନାରେ ଏହି ଆୟୁଷ ଡାକ୍ତରଙ୍କୁ ଜରୁରୀ ଆଉଟ ଡୋରରେ ରୋଗୀ ସେବା କରିବା ପାଇଁ ଦାୟିତ୍ବ ମିଳିଛି ।

ସେପଟେ ଡାକ୍ତର ବାବୁଙ୍କର ଡ୍ୟୁଟି ସକାଳୁ ୧୨ଟା ଥିବା ଜଣାପଡିଛି । ତେବେ ଭିଡ଼ିଓଟି ଅପରାହ୍ନ ୩.୩୦ଟା ସମୟର ବୋଲି ସୂଚନା ମିଳିଛି । ଡାକ୍ତରଙ୍କ ଏଭଳି ସ୍ଥିତି ଯୋଗୁଁ ରୋଗୀମାନେ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.