ETV Bharat / state

ULB Polls: ପୌର ନିର୍ଵାଚନ ମତଦାନରେ ସାମିଲ ହେଲେ ଢେଙ୍କାନାଳ ବିଧାୟକ

author img

By

Published : Mar 24, 2022, 8:43 PM IST

ପୌର ନିର୍ଵାଚନ ମତଦାନରେ ସାମିଲ ହେଲେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ । ସେ ଢେଙ୍କାନାଳ ପୌରପରିଷଦ ୱାର୍ଡ ନଂ୧୨ରେ ସପରିବାର ସହ ମତଦାନ କରିଛନ୍ତି । ଅଧିକ ପଢନ୍ତୁ

ULB Polls: ପୌର ନିର୍ଵାଚନ ମତଦାନରେ ସାମିଲ ହେଲେ ଢେଙ୍କାନାଳ ବିଧାୟକ
ULB Polls: ପୌର ନିର୍ଵାଚନ ମତଦାନରେ ସାମିଲ ହେଲେ ଢେଙ୍କାନାଳ ବିଧାୟକ

ଢେଙ୍କାନାଳ: ରାଜ୍ୟବ୍ୟାପି ଚାଲିଛି ପୌର ନିର୍ବାଚନ ମତଦାନ ପ୍ରକ୍ରିୟା । ଆଜି ମତଦାନ ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଲ ପୌରପରିଷଦ ସମେତ କାମାକ୍ଷାନଗର ଓ ଭୁବନ ବିଜ୍ଞାପିତ ପରିଷଦ ପାଇଁ ଅଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ ମତଦାନ ଚାଲିଛି । ତେବେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ତାଙ୍କ ପରିବାର ବର୍ଗଙ୍କ ସହିତ ଢେଙ୍କାନାଳ ପୌର ପରିଷଦର ତାଙ୍କ ନିଜ ୱାର୍ଡ ନଂ.୧୨ରେ ମତସାବ୍ୟସ୍ତ କରିଛନ୍ତି ।

ULB Polls: ପୌର ନିର୍ଵାଚନ ମତଦାନରେ ସାମିଲ ହେଲେ ଢେଙ୍କାନାଳ ବିଧାୟକ

ଆଜି ସକାଳ 8ଟା ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୧୨ନଂ ୱାର୍ଡର ଉର୍ଦ୍ଦୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ବୁଥ ନଂ ୨୮ରେ ବିଧାୟକ ସୁଧୀର ସାମଲ ଓ ତାଙ୍କ ପରିବାର ଭୋଟ ଦାନ ଦେଇ ସାମ୍ବିଧାନିକ ଅଧିକାରକୁ ସମ୍ମାନ ଜଣାଇଥିବା ପ୍ରକାଶ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ପ୍ରକାଶକରି ଚଳିତ ନିର୍ବାଚନରେ ଢେଙ୍କାନାଳ ପୌରପରିଷଦରେ ତାଙ୍କ ବିଜେଡି ଦଳୀୟ ଅଧ୍ୟକ୍ଷା ପ୍ରାର୍ଥୀଙ୍କ ସହ ସମସ୍ତ ୨୩ଗୋଟି ୱାର୍ଡରେ ତାଙ୍କ ଦଳୀୟ କାଉନସିଲରମାନେ ବିଜୟୀ ହେବେ ବୋଲି ଆଶା କରିଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.