ETV Bharat / state

ବାତ୍ୟା ୟସ ମୁକାବିଲା ପାଇଁ ପ୍ରସ୍ତୁତ ଢେଙ୍କାନାଳ

author img

By

Published : May 26, 2021, 11:25 AM IST

ବାତ୍ୟା ୟସ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ । ଜିଲ୍ଲାର ବିଭିନ୍ନ ତଳି ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଯେପରି ଚୁଡା, ଗୁଡ଼, ବିସ୍କୁଟ ଆଦି ସାଙ୍ଗକୁ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

ବାତ୍ୟା ୟସ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ
ବାତ୍ୟା ୟସ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ

ଢେଙ୍କାନାଳ: ବାତ୍ୟା ୟସରୁ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ନେଇଛନ୍ତି ବିଭିନ୍ନ ପଦକ୍ଷେପ । ସେହିପରି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ତଳି ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

ବାତ୍ୟା ୟସ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ

ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲାର ମୋଟ ଚିହ୍ନଟ ୩୦୧ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୮୪ଜଣଙ୍କୁ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ବିଶେଷ କରି ବାତ୍ୟାର ଅଧିକ ପ୍ରଭାବ ସମ୍ଭାବନା ରହିଥିବା ଗଁନ୍ଦିଆ, ଭୁବନ ଓ କଙ୍କଡାହାଡ଼ ବ୍ଲକର ତଳି ଅଞ୍ଚଳରୁ ଶତାଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଭିନ୍ନ ସ୍କୁଲ ପଞ୍ଚାୟତ ଘର ଆଦି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଯେପରି ଚୁଡା, ଗୁଡ଼, ବିସ୍କୁଟ ଆଦି ସାଙ୍ଗକୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି ।

ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବ୍ୟକ୍ତିଗତ ଭାବେ ତଦାରଖ କରୁଥିବା ଜଣାପଡିଛି । ତେବେ ଭୁବନ ବ୍ଲକ ଅନ୍ତର୍ଗତ ଅସୁରବନ୍ଧ ବାତ୍ୟା ଆଶ୍ରୟସ୍ଥଳିକୁ ବିଭିନ୍ନ ଅଞ୍ଚଳରୁ ତିନି ଜଣ ଗର୍ଭବତୀ, ଦୁଇ ଜଣ ଦିବ୍ୟାଙ୍ଗ ସମେତ ୮୭ ଜଣଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଖାଇବା ଓ ରହିବାର ସମସ୍ତ ବ୍ୟବସ୍ଥା କରାଯାଇଛି ।

ସେହିପରି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଗୋଡିପାଟଣା ଉପ୍ରା ବିଦ୍ୟାଳୟରେ ୧୫୦ରୁ ଊର୍ଦ୍ଧ୍ବ ଲୋକମାନଙ୍କୁ ଥଇଥାନ କରାଯାଇଛି । ଲୋକମାନଙ୍କର ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତ କରାଯାଇଥିବା ପରିଲକ୍ଷିତ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.