ETV Bharat / state

କୋଭିଡ ଚିହ୍ନଟ ପରେ ଗର୍ଭବତୀଙ୍କୁ ମିଳିଲାନି ଚିକିତ୍ସା, ପାଞ୍ଚଘଣ୍ଟା ପଡିରହିଲେ ବାହାରେ

author img

By

Published : May 25, 2021, 9:34 AM IST

କୋଭିଡ ଚିହ୍ନଟ ଗର୍ଭବତୀଙ୍କୁ ମିଳିଲାନି ଚିକିତ୍ସା । ପାଞ୍ଚଘଣ୍ଟା ଧରି ବାହାରେ ପଡିରହିଲେ ଗର୍ଭବତୀ । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ମୁଖ୍ୟ ଚିକିତ୍ସାଳୟରେ । ଅଧିକ ପଢନ୍ତୁ...

କୋଭିଡ ଚିହ୍ନଟ ପରେ ଗର୍ଭବତୀଙ୍କୁ ମିଳିଲାନି ଚିକିତ୍ସା
କୋଭିଡ ଚିହ୍ନଟ ପରେ ଗର୍ଭବତୀଙ୍କୁ ମିଳିଲାନି ଚିକିତ୍ସା

ଢେଙ୍କାନାଳ: କୋଭିଡ ଚିହ୍ନଟ ଗର୍ଭବତୀଙ୍କୁ ମିଳିଲାନି ଚିକିତ୍ସା । ପାଞ୍ଚଘଣ୍ଟା ଧରି ବାହାରେ ପଡିରହିଲେ ଗର୍ଭବତୀ । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ମୁଖ୍ୟ ଚିକିତ୍ସାଳୟରେ । ଡାକ୍ତରଖାନା କର୍ମଚାରୀଙ୍କ ଖାମଖିଆଲି ମନୋଭାବ ପାଇଁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ।

କୋଭିଡ ଚିହ୍ନଟ ପରେ ଗର୍ଭବତୀଙ୍କୁ ମିଳିଲାନି ଚିକିତ୍ସା

ସୂଚନାମୁତାବକ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଜଣେ ମହିଳା ଡାକ୍ତରଖାନାକୁ ପ୍ରସୂତି ପାଇଁ ଆସିଥିବାବେଳେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜାଣିବାକୁ ପାଇଥିଲେ । ଏହା ପରେ ଡାକ୍ତରଖାନା ପକ୍ଷ୍ରୁ ଚିକିତ୍ସା ମିଳିନଥିଲା । ଚିକିତ୍ସା ଅଭାବରୁ ମହିଳାଜଣକ ପ୍ରାୟ ପାଞ୍ଚଘଣ୍ଟା ହେବ ଯନ୍ତ୍ରଣାରେ ଛଟ ପଟ ହୋଇଥିବା ଦେଖିବାକୁ ମିଳିଥିଲା । କୋଭିଡରେ ଆକ୍ରାନ୍ତ ହୋଇଥିବା ଆଳରେ ଡାକ୍ତରଖାନା ଭିତରକୁ ପ୍ରବେଶ କରିବାକୁ ମନା କରିଦେଇଥିଲେ । ଏପରିକି କଟକ ସ୍ଥାନାନ୍ତରଣ କରିବାକୁ କିଛି ବ୍ୟବସ୍ଥା ମଧ୍ୟ କରିନଥିବା କହିଛନ୍ତି ମହିଳାଙ୍କ ପରିବାର ।

କୋରୋନା କାଳରେ ଡାକ୍ତରଖାନା ପରିସରରେ ଏପରି ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ । ଯାହାକୁ ନେଇ ଡାକ୍ତରଖାନା କର୍ମଚାରୀଙ୍କ ଏପରି ଖମଖିଆଲି ମନୋଭାବ ବିରୁଦ୍ଧରେ ଅଭିଯୋଗ ଉଠାଇଛନ୍ତି ଉକ୍ତ ଗର୍ଭବତୀ ମହିଳାଙ୍କ ପରିବାର ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.