ETV Bharat / state

ଟ୍ରେନ୍ ଧକ୍କାରେ ଯୁବକ ମୃତ ! ସନ୍ଦେହ ଘେରରେ ମୃତ୍ୟୁର କାରଣ

author img

By ETV Bharat Odisha Team

Published : Dec 5, 2023, 5:59 PM IST

dead body found on train track : ଭୁବନ ରୋଡ ରେଳଷ୍ଟେସନ ନିକଟ ରେଳ ଲାଇନରୁ ମିଳିଛି ଯୁବକଙ୍କ ମୃତ ଦେହ । ତେବେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

ଟ୍ରେନ୍ ଧକ୍କାରେ ଯୁବକ ମୃତ, ସନ୍ଦେହ ଘେରରେ ମୃତ୍ୟୁର କାରଣ
ଟ୍ରେନ୍ ଧକ୍କାରେ ଯୁବକ ମୃତ, ସନ୍ଦେହ ଘେରରେ ମୃତ୍ୟୁର କାରଣ

ଟ୍ରେନ୍ ଧକ୍କାରେ ଯୁବକ ମୃତ, ସନ୍ଦେହ ଘେରରେ ମୃତ୍ୟୁର କାରଣ

ଢେଙ୍କାନାଳ : ରେଳଲାଇନରୁ ମିଳିଲା ଯୁବକଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲାର ଭୁବନ ରୋଡ ରେଳଷ୍ଟେସନ ନିକଟ କୁନିଦା ଗ୍ରାମ ବ୍ରହ୍ମାନନ୍ଦ କଲୋନି ଦେଇ ଯାଇଥିବା ରେଳ ଲାଇନରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଭୁବନ ଥାନା ଅନ୍ତର୍ଗତ କୁନିନ୍ଦା ଗ୍ରାମ ବ୍ରହ୍ମାନନ୍ଦ କଲୋନିର ରବି ଦେହୁରୀ (୩୦ବର୍ଷ) ବୋଲି ଜଣାପଡିଛି । ତେବେ ଆଜି ସକାଳେ କିଛି ଯୁବକ ଭୁବନ ରୋଡ ରେଳ ଷ୍ଟେସନ ନିକଟ କୁନିଦା ଗ୍ରାମ ବ୍ରହ୍ମାନନ୍ଦ କଲୋନି ଦେଇ ଯାଇଥିବା ରେଳ ଲାଇନ ପାର ହୋଇ ଯାଉଥିଲେ । ରେଳଲାଇନ କଡରେ ଜଣେ ଯୁବକର ମୃତଦେହ ପଡିଥିବା ଦେଖି ସେମାନେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଚିହ୍ନଟ କରିଥିଲେ । ଖବର ପାଇ ମୃତ ଯୁବକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ମୃତ ଦେହକୁ ଘରକୁ ନେଇ ଆସିଥିଲେ । ପରିବାରଲୋକେ ଶବକୁ କୋକେଇରେ ଶ୍ମଶାନକୁ ଶବ ଦାହ କରିବାକୁ ନେଉଥିବା ସମୟରେ ଭୁବନ ପୋଲିସ ଶବକୁ ଜବତ କରିଥିଲା ।

ଏହା ମଧ୍ୟ ପଢନ୍ତୁ ... ଟ୍ରେନରେ କଟି ଯୁବକ ଗୁରୁତର

ଏସମ୍ପର୍କରେ ଅଧିକ ପଚରାଉଚୁରା କରାଯିବାରୁ ପରିବାର ଲୋକେ କହିଥିଲେ ଯେ ଭୁବନ ରୋଡ ରେଳ ଷ୍ଟେସନରେ କାର୍ଯ୍ୟରତ କର୍ମଚାରୀ ମାନେ ରେଳ ଚଳାଚଳରେ କୌଣସି ବାଧା ନ ଉପୁଜିବା ପାଇଁ ତାଙ୍କୁ ଶବକୁ ନେଇ ଯିବାକୁ କହିଥିଲେ ଏବଂ ସେମାନଙ୍କ କଥାରେ ପଡି ପରିବାର ଲୋକ ଶବକୁ ଘରକୁ ନେଇଆସିଥିଲେ । ଘଟଣା ସମ୍ପର୍କରେ ତଦନ୍ତ କରିବା ପରେ ଶବ ବ୍ୟବଛେଦ ପାଇଁ ଭୁବନ ମେଡିକାଲକୁ ପଠାଇ ଅଧିକ ତଦନ୍ତ କରିବ ପୋଲିସ । ତେବେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କ ପୁଅ ଗତକାଲି ଘରେ ଭଲ ଥିଲା l କୌଣସି ପାରିବାରିକ କଳହ ମଧ୍ୟ ନଥିଲା । ଘରେ ଭଲରେ ଖିଆପିଆ କଥାବାର୍ତା କରୁଥିଲା l ହଠାତ ଆଜି ସକାଳେ ଏଭଳି ଘଟଣା ଘଟିଥିବା ଦେଖିବାକୁ ପାଇଲୁ l ଏହା ଆତ୍ମହତ୍ୟା ନା ଅଜାଣତରେ ଟ୍ରେନଧକ୍କା କିଛି ଜଣା ପଡ଼ିନାହିଁ l କିନ୍ତୁ ଘଟଣା ସମ୍ପର୍କରେ ରେଳ ପୋଲିସ କିପରି ଜାଣି ପାରିଲା ନାହିଁ ତାହା ସନ୍ଦେହ ସୃଷ୍ଟି କରୁଛି । ତେବେ ପୋଲିସ ତଦନ୍ତ ପରେ ପ୍ରକୃତ ସତକଥା ସାମ୍ନାକୁ ଆସିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି l

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.