ETV Bharat / state

କୋଭିଡ ହସ୍ପିଟାଲରେ କୋରୋନା ପଜିଟିଭି ବୃଦ୍ଧାଙ୍କ ଆତ୍ମହତ୍ୟା

author img

By

Published : Nov 1, 2020, 3:48 PM IST

ଢେଙ୍କାନାଳ ସହରସ୍ଥିତ ପୁରୁଣା ଡାକ୍ତରଖାନାର ଥିବା କୋଭିଡ ହସ୍ପିଟାଲରେ ଜଣେ କୋରୋନା ଆକ୍ରାନ୍ତ ବୃଦ୍ଧାଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବାର କାରଣ ଅସ୍ପଷ୍ଟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ ହସ୍ପିଟାଲରେ କୋରୋନା ପଜିଟିଭି ବୃଦ୍ଧାଙ୍କ ଆତ୍ମହତ୍ୟା
କୋଭିଡ ହସ୍ପିଟାଲରେ କୋରୋନା ପଜିଟିଭି ବୃଦ୍ଧାଙ୍କ ଆତ୍ମହତ୍ୟା

ଢେଙ୍କାନାଳ: କୋଭିଡ ହସ୍ପିଟାଲରେ ଅଘଟଣ । ଜଣେ କୋରୋନା ପଜିଟିଭ ବୃଦ୍ଧାଙ୍କ ହସ୍ପିଟାଲ ପରିସରରେ ଆତ୍ମହତ୍ୟା । ମୃତକ ବୃଦ୍ଧା ସଦର ଥାନା ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ ଗତ ଚାରିଦିନ ହେଲା ଏହି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

କୋଭିଡ ହସ୍ପିଟାଲରେ କୋରୋନା ପଜିଟିଭି ବୃଦ୍ଧାଙ୍କ ଆତ୍ମହତ୍ୟା

ଢେଙ୍କାନାଳ ସହରସ୍ଥିତ ପୁରୁଣା ଡାକ୍ତରଖାନାରେ ଚାଲିଛି ଏହି କୋଭିଡ ହସ୍ପିଟାଲ । ହସ୍ପିଟାଲ ପରିସରରେ ଉକ୍ତ ବୃଦ୍ଧ ଜଣକ ନିଜ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଏହି ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଲା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.