ETV Bharat / state

ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା, ବିଜେପି ପକ୍ଷରୁ ବିକ୍ଷୋଭ

author img

By

Published : Sep 21, 2020, 8:15 PM IST

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା ସହ ରୋଗୀଙ୍କୁ ବାରମ୍ବାର ଅବହେଳା ନେଇ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ।

BJP protest over Dhenkanal district headquarters medical negligence
ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା, ବିଜେପି ପକ୍ଷରୁ ବିକ୍ଷୋଭ

ଢେଙ୍କାନାଳ: ପୁଣି ଚର୍ଚ୍ଚାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା । ଆଉଟଡୋର୍ ସମ୍ମୁଖରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ, ଅନ୍ୟ ଜଣେ ରୋଗୀଙ୍କୁ ହସ୍ପିଟାଲ ଷ୍ଟ୍ରେଚରରେ ବଜାରରେ ବୁଲି ଗୁଣିଆ ଖୋଜିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା, ବିଜେପି ପକ୍ଷରୁ ବିକ୍ଷୋଭ

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ବାରମ୍ବାର ଏପରି ଅଭାବନୀୟ ଘଟଣାର ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ସୋମବାର, ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ, ଅବହେଳାକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି ।

କୋରୋନା ଆଳରେ ରୋଗୀମାନଙ୍କୁ ଅବହେଳା କରାଯାଉଥିବା ଜିଲ୍ଲା ବିଜେପି ଅଭିଯୋଗ ଆଣିଛି । ଏହା ବିରୋଧରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଦଳ ଚେତାବନୀ ଦେଇଛି।

ଅନ୍ୟପଟେ ଘଟଣାର ଯାଞ୍ଚ ଚାଲିଛି ଓ ସୁରକ୍ଷା ଏଜେନ୍ସିର କତ୍ତୃପକ୍ଷଙ୍କୁ ନୋଟିସ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଫେଇ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.