ETV Bharat / state

ଟାଟ ପାୱାର ଅଫିସ ଘେରିଲା ବିଜେପି, ତାଲା ପକାଇଲେ କର୍ମୀ

author img

By

Published : Jun 19, 2023, 3:11 PM IST

ଘନଘନ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ନେଇ ଢେଙ୍କାନଳରେ ଉତ୍ତେଜନା । ଟାଟା ପାୱାର ଡିଏମଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି । କାର୍ଯ୍ୟାଳୟରୁ କର୍ମଚାରୀଙ୍କୁ ବାହାର କରି ତାଲା ପକାଇଲା ବିଜେପି । ଅଧିକ ପଢ଼ନ୍ତୁ

ଘନଘନ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ନେଇ ଢେଙ୍କାନଳରେ ଉତ୍ତେଜନା
ଘନଘନ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ନେଇ ଢେଙ୍କାନଳରେ ଉତ୍ତେଜନା

ଘନଘନ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ନେଇ ଢେଙ୍କାନଳରେ ଉତ୍ତେଜନା

ଢେଙ୍କାନାଳ: ସାରା ରାଜ୍ୟରେ ଏବେ ବିଦ୍ୟୁତ କାଟ ସମସ୍ୟା ମୁଣ୍ଡ ଟେକିଛି । ବିଦ୍ୟୁତ ବିଭ୍ରାଟ ଟେନସନ ନେଇ ରାଜନୀତି ଜୋର ଧରିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଛି । ଏହିସମୟରେ ଘନଘନ ବିଦ୍ୟୁତ କାଟ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଯାହାକି ଏବେ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପ୍ରଚଣ୍ଡ ରୌଦ୍ର ତାପରେ ବିନା କରେଣ୍ଟରେ ଲୋକମାନଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି ।

ଅଘୋଷିତ ବିଦ୍ଯୁତକାଟ ସହ ଲୋ ଭୋଲ୍ଟେଜର ତୀଵ୍ର ପ୍ରତିବାଦ କରିଛି ବିଜେପି । ଆଜି ବିଜେପି କର୍ମୀମାନେ ଢେଙ୍କାନାଳରେ ବିଦ୍ୟୁତ ସେବାର ଠିକା ନେଇଥିବା ଟାଟା ପାୱାରର ଜିଲ୍ଲା ପରିଚାଳକଙ୍କ କାର୍ଯ୍ୟାଳୟକୁ ଘେରିଛନ୍ତି । କାର୍ଯ୍ୟାଳୟରୁ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀମାନଙ୍କୁ ଜବରଦସ୍ତ ବାହାରକୁ ବାହାର କରି ଅଫିସରେ ତାଲା ପକାଇ ଦେଇଛନ୍ତି ବିଜେପି କର୍ମୀ । କାର୍ଯ୍ୟାଳୟ ବାହାରେ ପ୍ରତିବାଦ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ଉତ୍ୟକ୍ତ ଲୋକେ । ଯାହାକୁ ନେଇ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଟାଉନ ଥାନା ଅଧିକାରୀ ପୋଲିସ ଫୋର୍ସ ସହିତ ଉତ୍ୟକ୍ତ ବିଜେପି ନେତା ଓ କର୍ମୀମାନଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

ପୂର୍ବତନ ରାଜ୍ୟବସଭା ସାଂସଦ ରୁଦ୍ର ପାଣି କହିଛନ୍ତି,"ରାଜ୍ୟ ସରକାର ଗିରବଙ୍କ ଜୀବନ ସହ ଖେଳୁଛନ୍ତି । ଅସହ୍ୟ ଗରମ ସତ୍ତ୍ବେ ବାରମ୍ବାର ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଟାଟ ପାୱାରକୁ ବିଦ୍ୟୁତ ଟେକି ଦେଇ ସରକାର ନିଶ୍ଚନ୍ତ ହୋଇଯାଇଛନ୍ତି । ହେଲେ ସାଧାରଣ ଲୋକଙ୍କ କଥା ବୁଝିବ କିଏ । ଯେପର୍ଯ୍ୟନ୍ତ ଏହାର ସମାଧାନ ହୋଇନି ବିଜେପି ଧାରଣା ଦେବ ବୋଲି ଚେତାବନୀ ଦେଇଛନ୍ତି ।"

ଗୋଟିଏ ପଟରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସାଙ୍ଗକୁ ଏପଟେ ଘନଘନ ବିଦ୍ୟୁତ କାଟ ଓ ଲୋ' ଭୋଲ୍‌ଟେଜ୍‌ ଯୋଗୁଁ ଢେଙ୍କାନାଳବାସୀ ହନ୍ତହନ୍ତ ହେଉଛନ୍ତି । ଗଛ ହଲିଲେ ବିଦ୍ୟୁତ କାଟ କରିଦେଇ ଆରାମରେ ବସି ପଡୁଛନ୍ତି ଟାଟା ପାୱାରର କର୍ମଚାରୀ । ଆଉ ଏପରି ମନ ମାନି ବିରୁଦ୍ଧରେ ଏହା ଏକ ପ୍ରତୀକ ଆନ୍ଦୋଳନ ଓ ପରେ ଆନ୍ଦୋଳନ ଭୟଙ୍କର କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା । ଏହି ଆନ୍ଦୋଳନରେ ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର, ଯୁବ ବିଜେପି ସଭାପତିଙ୍କ ସମେତ ପୂର୍ବତନ ରାଜ୍ୟବସଭା ସାଂସଦ ରୁଦ୍ର ପାଣି, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର ଓ ବିଜେପି ନେତା ରାମଚନ୍ଦ୍ର ପାତ୍ର ପ୍ରମୁଖ ବିଜେପି କର୍ମୀମାନେ ସାମିଲ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.