ETV Bharat / state

ବନ୍ଦ କାର ମଧ୍ୟରୁ ଶିଶୁ କନ୍ୟା ଉଦ୍ଧାର ଘଟଣା: ବେପରୁଆ ବାପା ଓ ମାଙ୍କ ବିରୋଧରେ ମାମଲା ରୁଜୁ

author img

By

Published : Dec 4, 2019, 3:43 AM IST

Updated : Dec 4, 2019, 12:07 PM IST

ବନ୍ଦ କାର ମଧ୍ୟରୁ ଶିଶୁ କନ୍ୟା ଉଦ୍ଧାର ଘଟଣାକୁ ନେଇ  ବୁଧବାର  ମହିଳା ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ କ୍ରମେ ବେପରୁଆ ବାପା ମାଆଙ୍କ ବିରୋଧରେ  ଟାଉନ ଥାନାରେ  ଏକ ମାମଲା ରୁଜୁ କରାଯାଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

baby
baby

ଢେଙ୍କାନାଳ: ବେପରୁଆ ବାପା ମାଆଙ୍କ ବିରୋଧରେ ମାମଲା ରୁଜୁ । ବନ୍ଦ କାର ମଧ୍ୟରୁ ଶିଶୁ କନ୍ୟା ଉଦ୍ଧାର ଘଟଣାକୁ ନେଇ ବୁଧବାର ମହିଳା ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ କ୍ରମେ ବେପରୁଆ ବାପା ମାଆଙ୍କ ବିରୋଧରେ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

କାର ଭିତରୁ ଶିଶୁ ଉଦ୍ଧାର

ପ୍ରକାଶ ଥାଉକି, ଗତ ମଙ୍ଗଳବାର କାର ଭିତରେ ଗୋଟିଏ ୨ବର୍ଷର ଶିଶୁକୁ ଶୋଇଥିବା ଅବସ୍ଥାରେ ବନ୍ଦ କରି ଅତି ବେପରୁଆ ଭାବେ ବାପା ମା ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଚାଲିଯାଇଥିଲେ । କାର ଭିତରେ ଏପରି ଏକୁଟିଆ ଶିଶୁଟିଏ ଥିବା ଓ ପାଖରେ କେହି ନଥିବା ଦେଖି ଡାକ୍ତରଖାନା ସୁରକ୍ଷାକର୍ମୀ ଆଖପାଖରେ କେତେକ ଲୋକଙ୍କ ସହାୟତାରେ କାର କାଚ ଭିତରେ ହାତ ପୂରାଇ ଶିଶୁଟିକୁ କାରରୁ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ଏହି ଘଟଣା ଗତ ମଙ୍ଗବାର ଦିନ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ବେଶ ଆଲୋଡନ ସୃଷ୍ଟି କରିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:କାର ଭିତରେ ଛୁଆ/ ଦାଇତ୍ବହିନ ବାପା ମା ଡାକ୍ତରଖାନାରେ/ ଦିର୍ଘ ସମୟ ପରେ ସ୍ଥାନୀୟ ଲୋକେ କାର କାଚ ପାଖେ ଡୋର ଗୋଲି ଶିଶୁକୁ ଖଲେ ଉଦ୍ଧାର / ଢେଙ୍କାନାଳ ଡାକ୍ତରଖାନାରେ ଅଭାବନୀୟ ଘଟଣାକୁ ନେଇ ଆଲୋଡନ
ଆଙ୍କର- କାର ଭିତରେ ଗୋଟିଏ ୨ବର୍ଷର ଶିଶୁକୁ ଶୋଇଥିବା ଅବସ୍ଥାରେ ବନ୍ଦ କରି ଅତି ବେପରୁଆ ଭାବେ ବାପା ମା ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିବା ଘଟଣା ଆଜି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ବେଶ ଆଲୋଡନ ସୃଷ୍ଟି କରିଥିଲା। Body:ତେବେ କାର ଭିତରେ ଏପରି ଏକୁଟିଆ ଶିଶୁ ଟିଏ ଥିବା ଓ ପାଖରେ କେହି ନଥିବା ଦେଖି ଡାକ୍ତରଖାନା ସୁରକ୍ଷା କର୍ମୀ ଆଖପାଖରେ କେତେକ ଲୋକଙ୍କ ସହାୟତାରେ ଅଧା ଖୋଲାଥିବା କାର କାଚ ଭିତରେ ହାତ ପୁରାଇ ଡୋର ଖୋଲିନଥିଲେ।ଶିଶୁକୁ କାରରୁ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। କୋଳାହଳ ଶୁଣି ଶିଶୁର ବାପ ମା ଆସି ପହଞ୍ଚିଥିଲେ । ଫଳରେ ଶିଶୁଟି ଢେଙ୍କାନାଳ ସହର ଆନନ୍ଦନଗର ର ପ୍ରଦୀପ ମିଶ୍ର ଓ ସୋନାଲି ମିଶ୍ରଙ୍କର 2ବର୍ଷର ଶିଶୁ କନ୍ୟା ବୋଲି ଜଣାପଡିଛି। ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ଶିଶୁଟି ଶୋଇଥିବାରୁ ତାକୁ ନ ଉଠାଇ କାର କାଚ ଅଧା ଖୋଲା କରି ପତି ପତ୍ନୀ ପ୍ରଦୀପଙ୍କର ଇସିଜି ପାଇଁ ଡାକ୍ତରଖାନା ଭିତରକୁ ଯାଇଥି୍ଲେ Conclusion:ଏକ ଶିଶୁକୁ ଏପରି ଖାମଖିଆଲି ଭାବେ କାର ଛାଡି ଯିବାକୁ ନେଇ ପତି ପତ୍ନୀଙ୍କର ଏଭଳି ବେଫିକର ମନୋଭାବକୁ ନେଇ ଲୋକମାନେ ତାଙ୍କୁ ସମାଲୋଚନା କରିଥିଲେ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ।ଇଟିଭି ଭାରତ।
Last Updated : Dec 4, 2019, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.