ETV Bharat / state

ଢେଙ୍କାନାଳ: ନାବାଳିକା ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଘଟଣା, ଦୋଷୀକୁ ଆଜୀବନ କାରାଦଣ୍ଡ

author img

By

Published : Aug 8, 2022, 9:09 PM IST

ଢେଙ୍କାନାଳରେ ଅକ୍ଟୋବର ୨୦୨୦ମସିହାରେ ନବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ଯା କରିବା ଘଟଣାର ରାୟ ପ୍ରକାଶ । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ । ଅଧିକ ପଢନ୍ତୁ

ଢେଙ୍କାନାଳ ନାବାଳିକା ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଘଟଣା
ଢେଙ୍କାନାଳ ନାବାଳିକା ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଘଟଣା

ଢେଙ୍କାନାଳ: ନବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ହତ୍ଯା କରିବା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ । ଜୀବନ ଥିବା ପର୍ଯ୍ୟନ୍ତ ଜେଲରେ ରହିବ ଦୋଷୀ । ଏହାସହ ଅଭିଯୁକ୍ତ ଜଗନକୁ ୩୦ ହଜାର ଟଙ୍କା ଜୋରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ୨୦୨୦ମସିହା ଅକ୍ଟୋବର ୨୭ତାରିଖରେ ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳରେ ଏକ ନାବାଳିକା ଏକାକୀ ଘରେ ଥିବା ବେଳେ ଦୁଷ୍କର୍ମ ଉଦ୍ୟମ କରିଥିଲା କୁରୁଣ୍ଟି ଗାଁର ଜଗନ ଜେନା । ତେବେ ଏଥିରେ ବିଫଳ ହେବାରୁ ନାବିଳିକାର ତଣ୍ଟି ଚିପି ହତ୍ୟା କରିଥିଲା ଜଗନ । ଏହି ଘଟଣାକୁ ଭିନ୍ନ ମୋଡ ଦେବା ପାଇଁ ଉକ୍ତ ନାବାଳିକାର ବେକରେ ଲୁଗା ଲଗାଇ ଘର କଡ଼ିରେ ଟାଙ୍ଗି ଦେଇ ଚାଲିଯାଇଥିଲା ଅଭିଯୁକ୍ତ ଜଗନ । ଏହି ଘଟଣାର ଆଜି(ସୋମବାର) ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମର ଅଭିଯୁକ୍ତ ଜଗନ ଜେନାକୁ ଆଜୀବନ କାରାଦଣ୍ଡ ସହ ୩୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.