ETV Bharat / state

10 ବର୍ଷ ଧରି ଅଚଳ ଉଠା ଜଳପ୍ରକଳ୍ପ, ଜଳ ଅଭାବରୁ ହତାଶ ଚାଷୀ

author img

By

Published : Sep 30, 2020, 10:02 AM IST

Updated : Sep 30, 2020, 10:18 AM IST

ଦିନେ ନୁହେଁ କି ଦୁଇ ଦିନ । ଦୀର୍ଘ 10 ବର୍ଷ ଧରି ଖରାପ ହୋଇପଡିଛି ଉଠା ଜଳ ପ୍ରକଳ୍ପ । ଏନେଇ ଚାଷୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ଆଣିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଫଳରେ ପାଣି ମଡାଇ ନ ପାରି ଦେବଗଡ ତିଳେଇବଣି ବ୍ଲକ ବିଛଣାପୁର ଚାଷୀ ନାହିଁ ନଥିବା ହଇରାଣ ହରକତର ସାମ୍ନା କରୁଛନ୍ତି । ଅଧିକ ପଢନ୍ତୁ...

10 ବର୍ଷ ଧରି ଅଚଳ ଉଠା ଜଳପ୍ରକଳ୍ପ, ଜଳ ଅଭାବରୁ ହତାଶ ଚାଷୀ
10 ବର୍ଷ ଧରି ଅଚଳ ଉଠା ଜଳପ୍ରକଳ୍ପ, ଜଳ ଅଭାବରୁ ହତାଶ ଚାଷୀ

ଦେବଗଡ: ସରକାରଙ୍କ ଦେଖାଣିଆ ପ୍ରକଳ୍ପରେ ହନ୍ତସନ୍ତ ଚାଷୀ । ଉଠା ଜଳସେଚନ ପ୍ରକଳ୍ପରେ ଲକ୍ଷାଧିକ ଟଙ୍କା ବ୍ୟୟ ସତ୍ତ୍ବେ ପାଣି ମଡାଇବାକୁ ଅସମର୍ଥ କୃଷକ । ଚାଷ ଜମିକୁ ଜଳସେଚିତ କରିବାକୁ ସରକାରୀ ସ୍ତରରେ ପ୍ରସ୍ତୁତ ହେଉଛି ଲମ୍ବା ଚଉଡା ରିପୋର୍ଟ । ତଥାପି ହେକ୍ଟର ହେକ୍ଟରଚାଷ ଜମି ଫାଟି ଆଁ କରୁଛି । ଏପରି ଅଭିଯୋଗ ଦେବଗଡ ତିଳେଇବଣି ବ୍ଲକ ବିଛଣାପୁର ଗାଁରୁ ଆସିଛି । ଦୀର୍ଘ 10 ବର୍ଷ ଧରି ଏଠି ଉଠା ଜଳସେଚନ ପ୍ରକଳ୍ପର ଯନ୍ତ୍ରାଂଶ ଖରାପ ହୋଇପଡିଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଆନ୍ତରିକତା ନଜର ଆସୁନି ।

10 ବର୍ଷ ଧରି ଅଚଳ ଉଠା ଜଳପ୍ରକଳ୍ପ, ଜଳ ଅଭାବରୁ ହତାଶ ଚାଷୀ

ଗତ 2009 ମସିହାରେ ଜଳସମ୍ପଦ ବିଭାଗ ପକ୍ଷରୁ ଗାଁରେ ଏକ ଉଠା ଜଳପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଗାଁ ନିକଟସ୍ଥ ମତୁଆଳି ନାଳ ଉପରେ ନିର୍ମିତ୍ତ ଏହି ପ୍ରକଳ୍ପରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ବ୍ୟୟ ହୋଇଥିଲା ଲକ୍ଷାଧିକ ଟଙ୍କା । କିନ୍ତୁ ପ୍ରକଳ୍ପଟି ଗୋଟିଏ ବର୍ଷ ଚାଲିବା ପରେ ଏହାର ସମସ୍ତ ଯନ୍ତ୍ରାଂଶ ଅଚଳ ହୋଇଗଲା । ମୋଟର ପୋଡିଯିବା ସହ ବିଦ୍ୟୁତ ଟ୍ରାନ୍ସଫର୍ମର ମଧ୍ୟ ଅକାମି ହୋଇଗଲା । ତେବେ 10 ବର୍ଷ ହୋଇଯିବ ବିଭାଗୀୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ କିମ୍ବା ଜିଲ୍ଲାପ୍ରଶାସନଙ୍କୁ ଏନେଇ ଚାଷୀ ଅବଗତ କରିଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ । ସମସ୍ୟା ସମାଧାନ ତ ଦୂରର କଥା କୌଣସି ଅଧିକାରୀଙ୍କ ପାଦ ପଡିଲା ନାହିଁ । ଫଳରେ ଜଳ ଅଭାବରୁ ଅଞ୍ଚଳରେ ଚାଷକାର୍ଯ୍ୟ ବ୍ୟାହତ ହେବା ସହିତ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି ।

ଏହା କେବଳ ଗୋଟିଏ ଅଞ୍ଚଳର ସମସ୍ୟା ନୁହଁ , ଜିଲ୍ଲାରେ ନିର୍ମାଣ ହୋଇଥିବା 192 ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ପ୍ରକଳ୍ପ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ତେଣୁ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

Last Updated : Sep 30, 2020, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.