ETV Bharat / state

ଦେବଗଡ଼ରେ UNICEF ପ୍ରତିନିଧି ମଣ୍ଡଳ, ଶିଶୁ ସୁରକ୍ଷା ଓ ବିକାଶ ଯୋଜନାର କଲେ ସମୀକ୍ଷା

author img

By

Published : Oct 30, 2021, 7:30 PM IST

ଦେବଗଡ଼ ଜିଲ୍ଲା ଗସ୍ତ କରି ଶିଶୁ ସୁରକ୍ଷା ଓ ବିକାଶ ଯୋଜନା ଗୁଡିକର ସଠିକ ରୂପାୟନର ସମୀକ୍ଷା କଲେ UNICEFର ଏକ ଦୁଇ ଜଣିଆ ପ୍ରତିନିଧି ଦଳ । ବାଲ୍ୟ ବିବାହ ମୁକ୍ତ ଗ୍ରାମକୁ କଲେ ପ୍ରଂଶସା । ଅଧିକ ପଢନ୍ତୁ...

ଦେବଗଡ଼ ଜିଲ୍ଲା ଗସ୍ତ କରି ଶିଶୁ ସୁରକ୍ଷା ଓ ବିକାଶ ଯୋଜନାର ସମୀକ୍ଷା କଲେ UNICEF ପ୍ରତିନିଧି ମଣ୍ଡଳୀ
ଦେବଗଡ଼ ଜିଲ୍ଲା ଗସ୍ତ କରି ଶିଶୁ ସୁରକ୍ଷା ଓ ବିକାଶ ଯୋଜନାର ସମୀକ୍ଷା କଲେ UNICEF ପ୍ରତିନିଧି ମଣ୍ଡଳୀ

ଦେବଗଡ଼: ଜିଲ୍ଲାରେ କାର୍ଯ୍ୟକାରୀ ଶିଶୁ ସୁରକ୍ଷା ଓ ବିକାଶ ଯୋଜନା ଗୁଡିକର ସମୀକ୍ଷା ପାଇଁ ଆଜି UNICEFର ଏକ ପ୍ରତିନିଧି ଦଳ ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରଦର୍ଶନ କରିଛନ୍ତି । UNICEF ପ୍ରତିନିଧି ନେହା ନାଇଡୁ ଓ ଘାସିରାମ ପଣ୍ଡା 2ଦିନିଆ ଦେବଗଡ଼ ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଶିଶୁ ସୁରକ୍ଷା ଓ ବିକାଶ ଯୋଜନା ଗୁଡିକର ସମୀକ୍ଷା କରିବା ସହ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି । ଏସମ୍ପର୍କରେ ଜିଲ୍ଲାସ୍ତରୀୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏହି ଅନ୍ତର୍ଜାତୀୟ ପ୍ରତିନିଧି ।


ବିଶେଷକରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା, ଆଶୀର୍ବାଦ, ବେଟି ବଚାଓ ବେଟି ପଢ଼ାଓ, ସମନ୍ବିତ ଶିଶୁ ସୁରକ୍ଷା ଯୋଜନା, ଚାଇଲଡ଼ ଲାଇନ ଆଦିର ସମୀକ୍ଷା କରିଛି ଏହି ଟିମ । ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ଖବରରେ ଆକର୍ଷିତ ହୋଇ ଏହି ପ୍ରତିନିଧି ଦଳ ଦେବଗଡ଼ ଗସ୍ତରେ ଆସିଥିବା ପ୍ରତିନିଧି ଦଳ ସଦସ୍ୟ ନେହା ନାଇଡୁ ପ୍ରକାଶ କରିଛନ୍ତି ।


ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ପରେ ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ବୈଠକରେ ସାମିଲ ହୋଇଥିଲା ଏହି ଟିମ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଶିଶୁ ମଙ୍ଗଳ କମିଟି, ଜୁଭେନାଇଲ ଜଷ୍ଟିସ ବୋର୍ଡ଼, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ଚାଇଲଡ଼ଲାଇନ କର୍ମକର୍ତ୍ତା ଯୋଗ ଦେଇଥିଲେ ।

ଦେବଗଡ଼ ଜିଲ୍ଲାରେ 370ଟି ବାଲ୍ୟ ବିବାହ ମୁକ୍ତ ଗ୍ରାମ, ଆଶୀର୍ବାଦ ଯୋଜନାରେ 461 ଜଣ ଶିଶୁ ହିତାଧିକାରୀଙ୍କୁ ସହାୟତା ପ୍ରଦାନ, ଶିଶୁମିତ୍ର ପଞ୍ଚାୟତ ପାଇଁ ଅଣୁ ଯୋଜନା, ଶିଶୁଙ୍କ ପୃଷ୍ଟିହୀନତା ଦୂର ପାଇଁ ପ୍ରଶାସନ ନେଇଥିବା ପଦକ୍ଷେପକୁ UNICEF ପ୍ରତିନିଧି ପ୍ରଶଂସା କରିଥିଲେ । ପରିଶେଷରେ ଜିଲ୍ଲାର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଠିଆନାଳ ଗ୍ରାମକୁ ପ୍ରତିନିଧି ମଣ୍ଡଳ ପରିଦର୍ଶନରେ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.