ETV Bharat / state

ରଙ୍ଗମାଟିଆ ଅଜଣା ରୋଗ ଆତଙ୍କ: 15 ଦିନରେ ପ୍ରାଣ ହରାଇଲେଣି 40ରୁ ଊର୍ଦ୍ଧ୍ବ ଛେଳି

author img

By

Published : Jul 16, 2022, 11:09 AM IST

ଦେବଗଡ଼ ଜିଲ୍ଲା ରଙ୍ଗମାଟିଆ ଗାଁରେ ଛେଳି ମଡକ । 15 ଦିନରେ 40ରୁ ଊର୍ଦ୍ଧ୍ବ ଛେଳି ପ୍ରାଣ ହରାଇଛନ୍ତି କରିଥିବା ସୂଚନା । ଅଧିକ ପଢନ୍ତୁ

ରଙ୍ଗମାଟିଆ ଗାଁରେ ଅଜଣା ରୋଗ:15 ଦିନରେ ଗଲାଣୀ 40ରୁ ଉର୍ଦ୍ଧ୍ବଛେଳି ଜୀବନ
ରଙ୍ଗମାଟିଆ ଗାଁରେ ଅଜଣା ରୋଗ:15 ଦିନରେ ଗଲାଣୀ 40ରୁ ଉର୍ଦ୍ଧ୍ବଛେଳି ଜୀବନ

ଦେବଗଡ଼: ଜିଲ୍ଲା ରଙ୍ଗମାଟିଆ ଗାଁରେ ଦେଖାଦେଇଛି ଛେଳି ମଡକ । ଅଜଣା ରୋଗରେ ଆକ୍ରାନ୍ତ ହୋଇ 15 ଦିନ ମଧ୍ୟରେ 40ରୁ ଊର୍ଦ୍ଧ୍ବ ଛେଳି ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି ।

ରଙ୍ଗମାଟିଆ ଗାଁରେ ଅଜଣା ରୋଗ:15 ଦିନରେ ଗଲାଣୀ 40ରୁ ଉର୍ଦ୍ଧ୍ବଛେଳି ଜୀବନ

ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ଛେପଲିପାଲି ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗାଁରେ ବସବାସ କରୁଥିବା ଅଧିକାଂଶ ପରିବାର ମୁଖ୍ୟତଃ ଛେଳି ଓ କୁକୁଡ଼ା ଚାଷ କରି ପରିବାର ଚଳାଇଥାନ୍ତି । ମାତ୍ର ଚଳିତ ବର୍ଷ ବର୍ଷାଋତୁ ଆରମ୍ଭରୁ ଛେଳିଗୁଡିକର ଏପରି ମୃତ୍ୟୁ ହେବାକୁ ନେଇ ଛେଳିଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଛେଳିମାନେ ଜଙ୍ଗଲରୁ ଚରିବୁଲି ଘରକୁ ଫେରିବା ବେଳେ ଝାଡା ବାନ୍ତି ହେବା ସହିତ ସେମାନଙ୍କ ମୁହଁ ଫୁଲି ନାକରୁ ନାଳ ବାହାରୁଛି ଏବଂ କିଛି ଘଣ୍ଟା ପରେ ଛେଳି ଗୁଡିକ ମୃତ୍ୟୁବରଣ କରିଥିବା ଚାଷୀମାନେ କହିଛନ୍ତି ।

ତେବେ ଛେଳି ଗୁଡିକୁ ଚିକିତ୍ସା କରାଯାଉଥିବା ବେଳେ ରୋଗର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନି । ଫଳରେ ଛେଳି ଚାଷୀ ମାନେ ନିରାଶ ହୋଇ ପଡିଛନ୍ତି । ଚାଷୀଙ୍କ ନିକଟରୁ ଖବର ପାଇ ଗତକାଲି ଦେବଗଡ଼ ପ୍ରାଣୀଧନ ବିଭାଗ ପକ୍ଷରୁ ଏକ ଭ୍ରାମ୍ୟମାଣ ପ୍ରାଣୀଧନ ଚିକିତ୍ସା ଟିମ୍ ରଙ୍ଗମାଟିଆ ଗାଁକୁ ଯାଇ ଆକ୍ରାନ୍ତ ଥିବା ଛେଳି ମାନଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହିତ ଭ୍ୟାକ୍ସିନ ଦେଇ ଚିକିତ୍ସା ଆରମ୍ଭ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏହି ରୋଗ ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ । ତଥାପି ଭ୍ୟାକ୍ସିନ ଦିଆଯିବା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିବା ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.