ETV Bharat / state

ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ଢିଲା, ୩ ବର୍ଷ ପରେ ବି ସରୁନି ରାସ୍ତା କାମ

author img

By

Published : Dec 29, 2021, 9:57 AM IST

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ହରି ଲୁଟ୍। ନିମ୍ନ ମାନର ରାସ୍ତା ନିର୍ମାଣ କରି ଯନ୍ତ୍ରୀ ଓ ଠିକାଦାର ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି । ଯାହା ରାସ୍ତାର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଧିକ ପଢ଼ନ୍ତୁ

low quality road construction in deogarh
ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ଢିଲା: ୩ ବର୍ଷ ହେଲା ଶେଷ ହୋଇପାରୁନି ରାସ୍ତା କାମ

ଦେବଗଡ଼: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ହରି ଲୁଟ୍। ନିମ୍ନ ମାନର ରାସ୍ତା ନିର୍ମାଣ କରି ଯନ୍ତ୍ରୀ ଓ ଠିକାଦାର ଟଙ୍କା ହଡପ କରୁଥିବା ଅଭିଯୋଗ ହୋଉଛି । ଯାହା ରାସ୍ତାର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା କପାସିରା ଠାରୁ ପ୍ରଭାସୁଣି ଯାଇଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ।

ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ଢିଲା: ୩ ବର୍ଷ ହେଲା ଶେଷ ହୋଇପାରୁନି ରାସ୍ତା କାମ

ଗ୍ରାମାଞ୍ଚଳ ରାସ୍ତାକୁ ସହରାଞ୍ଚଳ ମୁଖ୍ୟ ରାସ୍ତା ସହିତ ସଂଯୋଗ କରି ଯାତାୟତ ବ୍ୟବସ୍ଥା ସୁବିଧା କରିବାକୁ ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କପାସିରା ଠାରୁ ଭାୟା ଗୋଗୁଆ ଦେଇ ପ୍ରଭାସୁଣି ପର୍ଯ୍ୟନ୍ତ ନିର୍ମାଣ ହେଉଛି 12 କିଲୋମିଟର ରାସ୍ତା । ଏହି ରାସ୍ତାରେ ବ୍ୟୟ ହେଉଛି ପ୍ରାୟ 5 କୋଟି ଟଙ୍କା । ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ବାରା ଗତ 2019 ମସିହା ଠାରୁ ରାସ୍ତା କାମ ଆରମ୍ଭ ହୋଇଛି । ଏହାକୁ ତୁଳସୀ କନଷ୍ଟ୍ରକସନ ନାମକ ଏକ ସ୍ଥାନୀୟ ଠିକାସଂସ୍ଥା ନିର୍ମାଣ କରୁଛି । ମାତ୍ର ନିର୍ମାଣର ପ୍ରକୃତ ସତ୍ୟ କହୁଛି ଏହି ରାସ୍ତା କାମରେ ଲାଗିଥିବା ନିମ୍ନମାନର ମେଟାଲ ଓ ପିଚୁ । ନବ ନିର୍ମିତ ରାସ୍ତାର ଅବସ୍ଥା ଶୋଚନୀୟତା ଦେଖି ବାରମ୍ବାର ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି ।

ବିଭାଗୀୟ ଯନ୍ତ୍ରୀ ଓ ଠିକାସଂସ୍ଥାର ସଲା ସୁତରାରେ ଚାଲିଥିବା ଏହି ରାସ୍ତାର ଅବସ୍ଥା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ରାସ୍ତା କାମ ଗତ 2019 ମସିହା ଜୁନ ମାସ ଠାରୁ ଆରମ୍ଭ ହୋଇ ଗତ 2020 ମସିହା ମେ ' ମାସରେ ଶେଷ ହେବା ପାଇଁ ଏଗ୍ରିମେଣ୍ଟରେ ଉଲ୍ଲେଖ ଥିଲା । କିନ୍ତୁ ଏଯାଏଁ ଏହି କାମଟି ଶେଷ ହୋଇପାରି ନାହିଁ । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖା ଦେଖାଦେଇଛି ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମାଣ ହେଉଥିବା ରାସ୍ତା ତଦାରଖ ପାଇଁ ତ୍ରି ସ୍ତରୀୟ ଯାଞ୍ଚ କମିଟି ରହିଥାଏ । ହେଲେ ତିଳେଇବଣି ବ୍ଲକରେ ନିର୍ମାଣରତ ରାସ୍ତାର କିଭଳି ତଦାରଖ ହେଉଛି ତାହା ଏଠାରେ ଦୃଶ୍ୟମାନ ଅଟେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.